ଟିଫିନରେ ବନାନ୍ତୁ ମିକ୍ସ ଭେଜ୍‌ ସାଣ୍ଡଓ୍ଵିଚ୍‌, ଟେଷ୍ଟ ଏପରି ସବୁବେଳେ ଖାଇବାକୁ ମନ ହେବ

ମିକ୍ସ ଭେଜ୍‌ ମେୟୋ ସାଣ୍ଡଓ୍ଵିଚତ ପିଲାଙ୍କୁ ବହୁତ ପସନ୍ଦ ଆସିଥାଏ। ଏହା ଖାଇବାକୁ ବହୁତ ଟେଷ୍ଟୀ ବି ହୋଇଥାଏ। ଆପଣ ଏଥିରେ ନିଜ ମନପସନ୍ଦର ପରିବାକୁ ରଖି ସାଣ୍ଡଓ୍ଵିଚ୍‌ ବନାଇ ପାରିବେ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୮ଟି ବ୍ରାଉନ୍‌ ବ୍ରେଡ୍‌ ସ୍ଲାଇସ୍‌
୧ଟି ସିଝା ଆଳୁ
୧ କପ୍‌ ସିମଲ ଲଙ୍କା
୧ କପ୍‌ ଟମାଟୋ
୨ ଟେବୁଲ ଚାମଚ୍‌ ମେୟୋନିଜ
୧/୪ ଚାମଚ୍‌ ଚାଟ ମସଲା
ଲୁଣ ସ୍ୱାଦାନୁସାରେ
ବଟର ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଆଳୁ, ସିମଲା ଲଙ୍କା, ଟମାଟୋ, ମେୟୋନିଜ, ଚାଟ ମସଲା, ଲାଲ ଲଙ୍କା ପାଉଡର, ଭଜା ଜିରା ଗୁଣ୍ଡ ଏବଂ ଲୁଣ ପକାଇ ମିକ୍ସ କରି ଷ୍ଟଫିଙ୍ଗ ପ୍ରସ୍ତୁତ କରନ୍ତୁ।
ଗୋଟେ ବ୍ରେଡ୍‌ ସ୍ଳାଇସ୍‌ ନେଇ ସେଥିରେ ପ୍ରସ୍ତୁତ କରିଥିବା ମିଶ୍ରଣର ଗୋଟେ ଚାମଚ ରଖି ଆଉ ଏକ ବ୍ରେଡରେ କଭର କରିଦିଅନ୍ତୁ।
ମିଡିୟମ୍‌ ଆଞ୍ଚରେ ତାଓ୍ଵା ରଖି ବଟର ପକାଇ ଗରମ ହେବା ପାଇଁ ରଖନ୍ତୁ।
ଏହିଭଳି ଭାବେ ସମସ୍ତ ସାଣ୍ଡଓ୍ଵିଚକୁ ପ୍ରସ୍ତୁତ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଭେଜ ମେୟୋ ସାଣ୍ଡଓ୍ଵିଚ୍‌।
ଏହାକୁ ଗରମ ଗରମ ସର୍ଭ କରନ୍ତୁ।