Below header

ଜୋର୍‌ରେ ସୁ ସୁ ଲାଗିବାରୁ ପୁରୁଷଙ୍କ ବାଥ୍‌ରୁମରେ ପଶି ଯାଇଥିଲେ ଦୀପିକା ପାଦୁକୋନ; ନିଜେ କଲେ ଏହାର ଖୁଲାସା!

ଦୀପିକା ପାଦୁକୋନ ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଗହରାଇୟାଁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରର ପ୍ରମୋସନ ସମୟରେ ଅଭିନେତ୍ରୀ ଏମିତି ଅନେକ କଥା ଖୁଲାସା କରିଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଅଭିନେତ୍ରୀ କହିଛନ୍ତି କି, ସେ ପୁରୁଷଙ୍କ ବାଥରୁମ ବ୍ୟବହାର କରି ସାରିଛନ୍ତି ଏବଂ ଏହା କରିବାରେ ତାଙ୍କୁ ଜଣେ ଜଣାଶୁଣା ଅଭିନେତ୍ରୀ ସାହାଯ୍ୟ କରିଥିଲେ।

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ‘ଗହରାଇୟାଁ’ର ପୂରା ଷ୍ଟାର କାଷ୍ଟ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ଦୀପିକା ନିଜ ବିଷୟରେ ଏକ ମଜାଳିଆ ଖୁଲାସା କରିଛନ୍ତି। ଅଭିନେତ୍ରୀ କହିଥିଲେ ଯେ ଥରେ ତାଙ୍କୁ ଏକ କନ୍‌ସର୍ଟ ସମୟରେ ବାଥ୍‌ରୁମ ଯିବାର ଥିଲା, କିନ୍ତୁ ଯେତେବେଳେ ସେ ମହିଳାଙ୍କ ବାଥ୍‌ରୁମରେ ପହଞ୍ଚିଥିଲେ, ତ ବାହାରେ ଲମ୍ବା ଲାଇନ ଲାଗିଥିଲା। ଏଭଳି ପରିସ୍ଥିତିରେ ସେ ପୁରୁଷଙ୍କ ବାଥ୍‌ରୁମ ଚାଲି ଯାଇଥିଲେ। କିନ୍ତୁ ମଜାଦାର ବିଷୟ ହେଉଛି ଯେ ଯେତେବେଳେ ଦୀପିକା ପୁରୁଷଙ୍କ ଟଏଲେଟ ଯାଇଥିଲେ, ତ ଏହା ପରେ ଯାହା ଘଟିଥିଲା, ତାହା ଅତ୍ୟନ୍ତ କୌତୁହଳ ଥିଲା।

ସାକ୍ଷାତକାର ସମୟରେ ଦୀପିକାଙ୍କୁ ପ୍ରଶ୍ନ କରାଯାଇଥିଲା କି, କ’ଣ କୌଣସି ପରିସ୍ଥିତିରେ ଆପଣ ପୁରୁଷ ବାଥ୍‌ରୁମ୍ ବ୍ୟବହାର କରିବେ? ଅଭିନେତ୍ରୀ ଏହାର ଉତ୍ତର ଦେବା ପୂର୍ବରୁ ନିର୍ଦ୍ଦେଶକ ଶକୁନ ବତ୍ରା କହିଥିଲେ, ୧୦୦ ପ୍ରତିଶତ ଦୀପିକା ଏମିତି କରିବେ। ସେପଟେ ଅନନ୍ୟା ପାଣ୍ଡେ କହିଥିଲେ ଯେ ଦୀପିକା ଏହା କରି ପାରିବେ, ଯଦି ବାଥ୍‌ରୁମ ସଫା ଥିବ। ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ କହିଥିଲେ, ଦୀପିକା ଏହା ଆଦୌ କରିବେ ନାହିଁ।

ପରେ ଦୀପିକା ନିଜେ ଏ ବିଷୟରେ ଖୁଲାସା କରି କହିଥିଲେ କି, ସେ ଏମିତି କରି ପାରିବେ। ବରଂ ପୂର୍ବରୁ ବି ଏମିତି କରି ସାରିଛନ୍ତି। ଏହି ସମୟରେ ଅଭିନେତ୍ରୀ କହିଥିଲେ କି, ଯେତେବେଳେ ସେ ଏମିତି କରିଥିଲେ, ସେତେବେଳେ ତାଙ୍କ ସହିତ ଶକୁନ ମଧ୍ୟ ଉପସ୍ଥିତ ଥିଲେ। ବର୍ଲିନରେ ଏକ କୋଲ୍ଡପ୍ଲେ କନସର୍ଟ ଚାଲିଥିଲା ଏବଂ ସେଠାରେ ଯେଉଁ ଗୀତ ବାଜିଥିଲା, ତାହା ଆମକୁ ବିଲକୁଲ ବି ମଜା ଲାଗୁ ନ ଥିଲା। ସେହି ସମୟରେ ତାଙ୍କ ସହିତ ଆଲିଆ ଭଟ୍ଟ ମଧ୍ୟ ଥିଲେ।

ବାଥରୁମ ସଫା ନ ଥିଲା

ଅଭିନେତ୍ରୀ କହିଥିଲେ କି, ମୁଁ ଓ ଆଲିଆ ସେଠାରୁ ବାହାରକୁ ଆସି ଯାଇଥିଲୁ। ଯେତେବେଳେ ଆମେ ବାଥରୁମରେ ପହଞ୍ଚିଲୁ, ତ ସେଠାରେ ବାଥରୁମ ବାହାରେ ଲମ୍ବା ଲାଇନ ଲାଗି ଥିବାର ଦେଖିବାକୁ ପାଇଲୁ। ଲମ୍ବା ଲାଇନ ଦେଖି ହିଁ ଆମେ ପୁରୁଷଙ୍କ ବାଥରୁମ ଆଡ଼କୁ ଦୌଡ଼ିଥିଲୁ। କିନ୍ତୁ ସେଠାରେ ବିଲକୁଲ ବି ସଫାସୁତରା ନ ଥିଲା। କିନ୍ତୁ ଆମକୁ ଏହା କଥାରୁ କୌଣସି ଫରକ ପଡ଼ି ନ ଥିଲା। ଅଭିନେତ୍ରୀ କହିଥିଲେ, ଯଦି ମୋତେ ବାଥରୁମ ଯିବାର ଆବଶ୍ୟକ ପଡ଼େ, ତ ବାକି ଜିନିଷଗୁଡ଼ିକରେ ମୋତେ ଫରକ ପଡ଼ିବ ନାହିଁ। କହି ରଖୁଛୁ, ଦୀପିକା ପାଦୁକୋନ ଫିଲ୍ମ ‘ଗହରାଇୟାଁ’ରେ ନଜର ଆସିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.