ତେଜସ୍ୱୀ ପ୍ରକାଶଙ୍କୁ ବିଗ୍‌ବସ୍‌ ଟ୍ରଫି ମିଳିବା ପରେ ନିରାଶ ହେଲେ ଫ୍ୟାନ୍‌, କହିଲେ- ‘ଶୋ’କୁ ବୟକଟ୍‌ କର’

ବିଗ୍‌ବସ୍‌ ୧୫ରେ ତେଜସ୍ୱୀ ପ୍ରକାଶ ଓ ପ୍ରତୀକ ସହଜପାଲ ମଧ୍ୟରେ କଡ଼ା ଟକ୍କର ଥିବା ବେଳେ ବାଜି ମାରି ନେଇଛନ୍ତି ତେଜସ୍ୱୀ। କିନ୍ତୁ ତେଜସ୍ୱୀଙ୍କ ବିଜୟକୁ ଦେଖି ଫ୍ୟାନ୍‌ମାନେ ଏତେଟା ଖୁସି ନ ଥିବା ଦେଖିବାକୁ ମିଳିଛି। ଲୋକମାନେ ଏବେ ସୋସିଆଲ ମିଡିଆରେ ବିଗ୍‌ବସ୍‌କୁ ଫିକ୍ସ ଶୋ’ ବୋଲି କହିବା ସହ ପ୍ରତୀକ ଅଧିକ ଡିଜର୍ଭିଂ ବୋଲି କହିଛନ୍ତି। ଲୋକମାନେ କହିଛନ୍ତି ଯେ ତେଜସ୍ୱୀ କଲର୍ସର ବୋହୂ। ଏଣୁ ତାଙ୍କୁ ବିଜେତା ଘୋଷିତ କରାଯାଇଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ପୂରା ସ୍କ୍ରିପ୍‌ଟେଡ୍‌ ଶୋ’। ଟ୍ରଫିକୁ କୋରିଅର କରିଦିଅ।

ଆଉ ଜଣେ ୟୁଜର ଲେଖିଛନ୍ତି- ଏହା ଭିକ ମିଳିଛି। ଭୋଟ୍‌ ଆମ ଦ୍ୱାରା କରାଉଛନ୍ତି ଓ ଆଉ କାହାକୁ ବିଜେତା ଘୋଷଣା କରୁଛନ୍ତି। ଆମେ ଆଉ ଭବିଷ୍ୟତରେ ଏହି ଶୋ’ ଦେଖିବୁ ନାହିଁ।
ଲୋକଙ୍କର ଏସବୁ କମେଣ୍ଟରୁ ସ୍ପଷ୍ଟ ହୋଇଛି ଯେ ଲୋକମାନେ ପ୍ରବଳ ରାଗିକି ଅଛନ୍ତି। ଆଉ ଜଣେ ଲେଖିଛନ୍ତି- ବିଗ୍‌ବସ୍‌ରେ ଯଦି ଏକ ତରଫା ଖେଳ ହେଉଛି, ତେବେ ଏହାକୁ ବୟକଟ୍‌ କରାଯାଉ। କାରଣ କଲର୍ସ ନିଜ କଳାକାରଙ୍କୁ ହିଁ ଜିତାଇବ। ଏଣୁ ଦେଖିବାର ଲାଭ କ’ଣ।


ସୂଚନାଯୋଗ୍ୟ ଯେ ବିଗ୍‌ବସ୍‌ ୧୫ରେ ପ୍ରତୀକ ସହଜପାଲ, କରଣ କୁନ୍ଦ୍ରା ଓ ସମିତା ସେଟ୍ଟୀଙ୍କୁ ମାତ୍‌ ଦେଇ ତେଜସ୍ୱୀ ପ୍ରକାଶ ନିଜ ନାଁରେ ଟ୍ରଫି କରିଛନ୍ତି। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ବହୁ ପୂର୍ବରୁ ହିଁ ତାଙ୍କୁ ବିଜୟିନୀ ବୋଲି ଘୋଷଣା କରିଥିଲେ। ତେବେ ତେଜସ୍ୱୀଙ୍କୁ ଟ୍ରଫି ମିଳିଥିଲେ ମଧ୍ୟ ଏବେ ବି ଅନେକ ଲୋକ ପ୍ରତୀକଙ୍କୁ ଶୋ’ର ବିଜେତା ବୋଲି ଭାବୁଛନ୍ତି। ଲୋକମାନେ ଲେଖିଛନ୍ତି- ପ୍ରତୀକ ତୁମେ ଆମ ହୃଦୟ ଜିତିଛ। ଆମେ ତୁମକୁ ବହୁତ ଭଲ ପାଉ।