Below header

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ : ସିଟି ସ୍କାନ ଓ ଡାୟଲିସିସ୍‌ ସେଣ୍ଟରରେ ଏସିରେ ଲାଗିଲା ନିଆଁ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ମୁଖ୍ୟ ଚିକିତ୍ସାଳୟର ସିଟି ସ୍କାନ ଓ ଡାୟଲିସିସ୍‌ ସେଣ୍ଟରରେ ଏସିରେ ଲାଗିଲା ନିଆଁ । ସିଟି ସ୍କାନ ଓ ଡାୟଲିସିସ ସେଣ୍ଟରରେ ଚିକିତ୍ସାଧିନ ୧୧ ଜଣ ରୋଗୀ ସୁରକ୍ଷିତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସିଟି ସ୍କାନ ଓ ଡାୟଲିସିସ କେନ୍ଦ୍ରରେ କୌଣସି କାରଣରୁ ଏସିରୁ ସଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା ।

ସଙ୍ଗେ ସଙ୍ଗେ ସେଠାରେ ଥିବା ସୁରକ୍ଷା କର୍ମୀ ଓ ମେଡିକାଲ ଷ୍ଟାଫ ପହଞ୍ଚି ଅଗ୍ନି ନିର୍ବାପକ ଯନ୍ତ୍ର ସାହଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ । ସେହି ସମୟରେ କକ୍ଷ ଭିତରେ ଏଗାର ଜଣ ରୋଗୀ ଥିଲେ । ତୁରନ୍ତ ଛ ଜଣ ଡାକ୍ତର ଓ ୨୦ରୁ ଉର୍ଦ୍ଧ୍ଵ ମେଡିକାଲ କର୍ମଚାରୀ ପହଞ୍ଚି ସମସ୍ତ ରୋଗୀଙ୍କୁ ସେଠାରୁ ସୁରକ୍ଷିତ ବାହାର କରିଥିଲେ ।  ସେହି ସମୟରେ ଜଣେ ରୋଗୀ ବେହୋସ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଡାକ୍ତରୀ ଦଳ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.