ହଜାର ହଜାର ବର୍ଷ ତଳର ଗଛ ଏବେ ବି ଜୀବିତ, ଜାଣନ୍ତି କେତେ ବର୍ଷ ପୁରୁଣା ?

ଏହି ଚିତ୍ରରେ ଆପଣ ଯେଉଁ ବୃକ୍ଷକୁ ଦେଖୁଛନ୍ତି ତାହା ହେଉଛି ଦୁନିଆର ସବୁଠୁ ପୁରୁଣା ବୃକ୍ଷ । ସ୍ୱିଡେନର ଡଲାରନା ପ୍ରାନ୍ତରେ ଲାଗିଥିବା ଏହି ବୃକ୍ଷ ହଜାର ହଜାର ବର୍ଷ ତଳର ଅଟେ । ତେବେ ଆଜି ବି ଏହା କିଭଳି ବଞ୍ଚିରହିଛି ତାହା ଏବେ ବୈଜ୍ଞାନିକଙ୍କ ମଧ୍ୟରେ ଆଲୋଚନାର ବିଷୟ ବସ୍ତୁ । ତେବେ ଏହା ଏତେ ବର୍ଷ ଧରି କିଭଳି ବଞ୍ଚିରହିଛି ସେ ସମ୍ପର୍କରେ ଗବେଷଣା କରୁଛନ୍ତି ଉମିଆ ୟୁନିଭର୍ସିଟିର ଅନୁସନ୍ଧାନକାରୀ ।

ଏହି ବୃକ୍ଷର ଅନୁସନ୍ଧାନ କରୁଥିବା ଉମିଆ ୟୁନିଭରସିଟି ପ୍ରଫେସର ଲିଫ କୁଲମେନଙ୍କର କହିବା କଥାକି ଏହି ପ୍ରଜାତିର ଗଛ ଉଚ୍ଚ ସ୍ଥାନ ମାନଙ୍କରରେ ଦେଖିବାକୁ ମିଳିଥାଏ । ଏଥିପାଇଁ ଏହା ଖାସ ଯେ ଏହି ବୃକ୍ଷ ଅତି କମ ତାପମାତ୍ରାରେ ମଧ୍ୟ ବଞ୍ଚିପାରେ । ଏହା କମ ପାଣିରେ ମଧ୍ୟ ଜିବୀତ ରହେ । ଗବେଷଣାରୁ ଜଣାପଡିଛି କି ଏହି ବୃକ୍ଷ ନିଜ ଭଳି ବି ଅନେକ ଉତ୍ପନ୍ନ କରିପାରେ । ପ୍ରପେସର କୁଲମେନଙ୍କର କହିବା କଥା ଏହି ବୃକ୍ଷ ମୂଳର ସାହାଯ୍ୟରେ ଅତିଶୀଘ୍ର ବଢିଥାଏ । ଯେଉଁଥିପାଇଁ ଏହାର ଡାଳ ସଂଖ୍ୟା ମଧ୍ୟ ବଢିଥାଏ । ଯାହା ଏହି ବୃକ୍ଷର ଖାସ ଅଟେ । ମିଆମିର ପ୍ରଲେପରେ କାର୍ବନ ୧୪ଡେଟିଙ୍ଗ ପଦ୍ଧତି ଦ୍ୱାରା ଏହି ବୃକ୍ଷର ବୟସ ବିଷୟରେ ଜଣାପଡିପାରେ ।

ଏହା ପୂର୍ବରୁ ଦୁନିଆର ସବୁଠୁ ପୁରୁଣା ବୃକ୍ଷ ଅମେରୀକାରେ ରହିଥିଲା । ଯାହାର ବୟସ ୫ହଜାର ବର୍ଷ ଥିଲା । ବର୍ତ୍ତମାନ ସ୍ୱିଡେନର ରେକର୍ଡରେ ଏହି ବୃର ନାମ ରହିଛି । ତେବେ ଅନୁସନ୍ଧାନକାରୀଙ୍କର କହିବା କଥା କି ସ୍ୱିଡେନରେ ଡଲାରନା ପ୍ରାନ୍ତରେ ଏମିତି କେତେ ଗଛ ରହିଛି ଯେଉଁ ଗୁଡିକର ବୟସ ପାଖାପାଖି ୮ହଜାର ବର୍ଷରୁ ଅଧିକ ହେବ । ଏଠାକାର ଏହି ବୃକ୍ଷକୁ ଦେଖିବା ପାଇଁ ଅନେକ ଲୋକ ଏଟାକୁ ଆସିଥାନ୍ତି । ତେବେ ଏକଥା ମଧ୍ୟ କୁହାଯାଇଚି କି ଏହି ବୃକ୍ଷ ପ୍ରାୟ ଥଣ୍ଡାରେ ହିଁ ଅଧିକ ରହିଥାଏ । ତେଣୁ ଜଳବାୟୁର ଖରାପ ପ୍ରଭାବ ଏଠାରେ ପ୍ରାୟ ପଡେନାହିଁ । ତେଣୁ ଲମ୍ବା ସମୟ ଧରି ଏହି ବୃକ୍ଷ ଜୀବିତ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.