ତେଜସ୍ୱି ପ୍ରକାଶ ସମିତା ସେଟ୍ଟୀଙ୍କୁ ଡାକିଲେ ‘ଆଣ୍ଟି’, ଭଉଣୀ ଶିଳ୍ପା ସେଟ୍ଟୀ ଦେଲେ ଏପରି ଜବାବ୍‌

‘ବିଗ ବସ୍‌ ୧୫’ର ବିଜେତା ଘୋଷଣା ହୋଇସାରିଛି। ତେଜସ୍ୱି ପ୍ରକାଶ ନିଜ ନାମରେ ଏହି ବିଜୟ ମୁକୁଟକୁ କରିନେଇଛନ୍ତି। ଏହି ଶୋରେ ତାଙ୍କର ଅନେକ ବାଦ ବିବାଦ ହୋଇଛି। ତର୍କ ବିତର୍କ ବି ହୋଇଛି ବିବି ହାଉସରେ। ତେବେ ଗୋଟେ ଥର ଏହି ବିବାଦ ମଧ୍ୟରେ ସେ ସମିତା ସେଟ୍ଟୀଙ୍କୁ ‘ଆଣ୍ଟି’ ମଧ୍ୟ କହିଥଦେଇଥିଲେ। ଯାହାକୁ ନେଇ ଖୁବ୍‌ ବବାଲ ମଧ୍ୟ ହୋଇଥିଲା। ତେବେ ଏବେ କିନ୍ତୁ ଏହି କଥାକୁ ନେଇ ଭଉଣୀ ଶିଳ୍ପା ସେଟ୍ଟୀଙ୍କ ପ୍ରତିକ୍ରୀୟା ମିଳିଛି।

‘ବିିଗବସ୍‌ ୧୫’ର ଫିନାଲେରେ ସମିତା ସେଟ୍ଟୀଙ୍କ ଭଉଣୀ ଶିଳ୍ପା ସେଟ୍ଟୀ ମଧ୍ୟ ପହଁଚିଥିଲେ। ଆକ୍ଟ୍ରେସ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ଟପ୍‌ ୪ରେ ପହଁଚିଥିଲେ। ନିଜ ଭଉଣୀକୁ ସପୋର୍ଟ କରିବାକୁ ପହଁଚି ବଲିଉଡ ଫିଲ୍ମ ଷ୍ଟାର ଶିଳ୍ପା ସେଟ୍ଟୀ ମିଡିଆ ସହ କଥା ହେଉଥିବା ସମୟରେ କେହି ତାଙ୍କୁ କହିଥିଲେ ତେଜସ୍ୱି ପ୍ରକାଶ ତାଙ୍କ ଭଉଣୀ ସମିତାକୁ ଆଣ୍ଟି ଡାକିଥିଲେ।

ଏହି କଥା ଶୁଣିବା ପରେ ଶିଳ୍ପା ଭଉଣୀ ସମିତା ସେଟ୍ଟୀଙ୍କୁ ତେଜସ୍ୱି ପ୍ରକାଶଙ୍କ ଦ୍ୱାରା ‘ଆଣ୍ଟି’ କମେଣ୍ଟରେ ନିଜର ରିଆକସନ୍‌ ଦେଇଛନ୍ତି। ଶିଳ୍ପା ସେଟ୍ଟୀଙ୍କୁ ଯେତେବେଳେ ଏହି କଥାକୁ ନେଇ ପ୍ରଶ୍ନ କରାଗଲା ସେ କହିଲେ, ‘ ଏବେ ଆପଣଙ୍କୁ କଣ କହିବି ଏହା ବିଷୟରେ, ସେ କେଉଁ ଆଙ୍ଗଲରୁ ଲାଗୁଛି ଆଣ୍ଟି ଭଳି। ଆଣ୍ଟି କନ୍‌ ହେ… ମୁଝେ ପତା ନେହିଁ ଅଭି..।

ତେଜସ୍ୱିି ପ୍ରକାଶ ସମିତା ସେଟ୍ଟୀଙ୍କୁ ଆଣ୍ଟି ଡାକିଥିବା କଥାରେ ରାକେଶ ବାପଟ ମଧ୍ୟ ନିଜ କ୍ରୋଧ ଦେଖାଇଛନ୍ତି। ସେ ୨୯ ଜାନୁଆରୀରେ ବିଗ ବସ୍‌ ଫିନାଲେରେ ତେଜସ୍ୱୀଙ୍କର କ୍ଲାସ ଲଗାଇଦେଲେ। ସମିତାଙ୍କ କଥା କଥିତ ବୟଫ୍ରେଣ୍ଡ ରାକେଶ ତେଜସ୍ୱୀଙ୍କୁ କହିଲେ ଯେ ତୁମେ କାହିଁକି ବୁଝୁନାହଁ ସମିତା ବିଲକୁଲ ମଧ୍ୟ କରନଙ୍କ ଉପରେ ଇଣ୍ଟ୍ରେସଟେଡ୍‌ ନାହାଁନ୍ତି। ସେ କହିଲେ ମୋତେ ତ ଏତେ ରାଗ ଆସୁଥିଲା ଇଚ୍ଛା ହେଉଥିଲା ଟିଭି ଭାଙ୍ଗିଦେବି। ତେବେ ତେଜସ୍ୱି ଜବାବରେ କହିଥିଲେ ଯେ ସେ ଆକ୍ସନରେ ରିଆକ୍ସନ ଦେଇଥିଲେ। ତେବେ ଏହି କଥାରେ ରାକେଶ ତେଜସ୍ୱୀଙ୍କ ଏହି ବ୍ୟବହାରକୁ ବୋକାମି କହିଛନ୍ତି।

 

View this post on Instagram

 

A post shared by yogen shah (@yogenshah_s)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.