ହେଲିକପ୍ଟର ଏବଂ ଚପ୍ପର ମଧ୍ୟରେ କ’ଣ ରହିଛି ଫରକ, ଆପଣ ଜାଣନ୍ତି କି ?

ଆପଣ ଏରୋପ୍ଲେନ ବା ଉଡାଜାହାଜରେ କୌଣସି ନା କୌଣସି ସ୍ଥାନକୁ ନିଶ୍ଚିତ ଯାଇଥିବେ। ଆଉ ଏରୋପ୍ଲେନ କିଭଳି ଉଡେ, ଏହାର ହେଲିକପ୍ଟର ଭଳି ଫ୍ୟାନ ଅଛି କି ନାହିଁ ତାହା ମଧ୍ୟ ନିଶ୍ଚିତ ଜାଣିଥିବେ। ଏହାଛଡା ଆପଣ ଅନେକ ଥର ହେଲିକପ୍ଟର କିମ୍ବା ଚପ୍ପର ନାଁ ନିଶ୍ଚିତ ଶୁଣିଥିବେ। କିନ୍ତୁ ବହୁତ କମ୍‌ ଲୋକେ ଏହା ମଧ୍ୟରେ ଫରକ କ’ଣ କମ୍‌ ଲୋକେ ହିଁ ଜାଣିଥିବେ। ହୁଏତ ଆପଣ ଜାଣିନଥିବେ କି, କାହାକୁ ହେଲିକପ୍ଟର ଆଉ କାହାକୁ ଚପ୍ପର କୁହାଯାଏ ବୋଲି।

ସାଧାରଣତଃ ହେଲିକପ୍ଟର ଏବଂ ଚପ୍ପର ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ। ଏହା କେବଳ ଶବ୍ଦକୁ ନେଇ ହୋଇଥାଏ। ତେଣୁ ଆପଣ ଚପ୍ପର କିମ୍ବା ହେଲିକପ୍ଟର ନାମ ଶୁଣି କେବେ ବି ଦ୍ୱନ୍ଦ୍ୱରେ ପଡନ୍ତୁ ନାହିଁ। ତେବେ କ’ଣ ପାର୍ଥକ୍ୟ ଜାଣନ୍ତୁ…

ହେଲିକପ୍ଟର :

ହେଲିକପ୍ଟର ଉପରେ ଫ୍ୟାନ ଲାଗିଥାଏ। ଯାହା ଜରିଆରେ ଏହା ଉଡିପାରେ। ହେଲିକପ୍ଟର ଉଡିବା ପାଇଁ କୌଣସି ପ୍ରକାର ରନେଓ୍ଵ ମଧ୍ୟ ଆବଶ୍ୟକତା ନାହିଁ। ହେଲିକପ୍ଟର ଆକାର ଅନୁସାରେ ଛୋଟ କିମ୍ବା ବଡ ହୋଇଥାଏ। ଉଡାଜାହାଜ ତୁଳନାରେ ଏଥିରେ କମ୍‌ ଲୋକେ ହଁ ଯାଇପାରନ୍ତି। ଏଥିରେ ପାଖାପାଖି ୫ ରୁ ୬ ଜଣ ଲୋକ ବସି ଯିବାର ସୁବିଧା ରହିଥାଏ। ଏହା ଅତିସହଜରେ କେଉଁଠି ବି ଲ୍ୟାଣ୍ଡ କରିପାରେ। ବିଭିନ୍ନ ବିଚ୍ଛିନ୍ନାଞ୍ଚଳକୁ ଯିବା ପାଇଁ ହେଲିକପ୍ଟରର ବ୍ୟବହାର କରାଯାଏ।

ହେଲିକପ୍ଟର ଶବ୍ଦ ଫ୍ରାନ୍ସରୁ ଆସିଛି। ‘ହୋଲିକ୍ସ’ ଏବଂ ‘ପଟରାନ’ ଶବ୍ଦରୁ ହିଁ ହେଲିକପ୍ଟର ଶବ୍ଦ ବାହାରିଛି।

heli
Photo credit: Wikipedia

ଚପ୍ପର :

ଚପ୍ପର ଓ ହେଲିକପ୍ଟର ମଧ୍ୟରେ ବେଶୀ କିଛି ଫରକ ନଥାଏ। କେବଳ ଶବ୍ଦଭିତ୍ତିକ ଫରକ ରହିଥାଏ। ଚପ୍ପର ଏକ କାଜୁଆଲ ଶବ୍ଦ। ଯେଉଁଥିରେ ହେଭି ଟେକ୍ନିକାଲ ମେସିନର ବ୍ୟବହାର କରାଯାଏ। ଟେକ୍ନିକାଲ ଭାବେ ଚପ୍ପର ଏବଂ ହେଲିକପ୍ଟର ଅଲଗା ହୋଇଥାଏ। କିନ୍ତୁ ଏମାନଙ୍କ ଭିତରେ ବେଶୀ କିଛି ଫରକ ନଥାଏ।

ବାୟୁ ଜରିଆରେ କାଟୁଥିବା ଡିଭାଇସକୁ ଚପର କୁହାଯାଏ। ଯେହେତୁ ହେଲିକପ୍ଟର ହେଉ ଅବା ଚପ୍ପର ଉପରେ ଫ୍ୟାନ ରହିଥାଏ, ଯାହା ବାୟୁକୁ କାଟି ଚପ୍ପର ଭଳି କାମ କରିଥାଏ। ଆଉ ଏଥିପାଇଁ ହେଲିକପ୍ଟର ଉପରେ ଉଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.