Below header

୧ ଫେବୃଆରୀରେ ଏହି ସମୟରେ ହେବ ବଜେଟ ଉପସ୍ଥାପନ, ଜାଣନ୍ତୁ ବଜେଟ ଘୋଷଣାର ଲାଟେଷ୍ଟ ଅପଡେଟ

କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଆସନ୍ତା କାଲି ମାନେ ୧ ଫେବୃଆରୀ ୨୦୨୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିବେ। ମହାମାରୀକୁ ନେଇ ଏଥର ଅର୍ଥବ୍ୟବସ୍ଥା ମଧ୍ୟରେ ୟୁନିୟନ ବଜେଟ ଉପରେ ରହିଛି ସମସ୍ତଙ୍କ ନଜର। ସବୁ ସେକ୍ଟରର ଲୋକ ଏହି ବଜେଟ ଉପରେ ଆଶା ରଖିଛନ୍ତି।

ଗତ ବର୍ଷ ବଜେଟରେ ସରକାରଙ୍କ ମୁଖ୍ୟ ଫୋକସ ଥିଲା ହେଲ୍ଥ ଓ ଗ୍ରାମୀଣ ଇନଫ୍ରାଷ୍ଟ୍ରକଚର ବିକାଶ ଉପରେ। ଏଥର କିନ୍ତୁ ସରକାର ସାଧାରଣ ଜନତାଙ୍କ ପାଇଁ କେଉଁ ନିଷ୍ପତ୍ତି ନେବେ ତାହାର ଅପେକ୍ଷା ରହିଛି। ଜାଣନ୍ତୁ ବଜେଟ କୁ ନେଇ ଏବେ ଲାଟେଷ୍ଟ ଅପଡେଟ ..

ଆସନ୍ତା କାଲି ମାନେ ଫେବୃଆରୀ ୧ ରେ ସକାଳ ୧୧ଟା ସମୟରେ ସଂସଦରେ ବଜେଟ ଉପସ୍ଥାପନ ହେବ। ବଜେଟ ଭାଷଣ ୧.୩୦ରୁ ୨ଘଣ୍ଟା ପର୍ଯ୍ୟନ୍ତ ଚାଲିପାରେ। ଗତ ବର୍ଷ ଏହି ଭାଷଣ ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଯାହାକି ଦେଶର ଇତିହାସରେ ପ୍ରଥମ ଥର ଏତେ ଲମ୍ବା ସମୟ ଧରି ଥିଲା।

ପ୍ରଥମେ ଏହାର ଶୁଭାରମ୍ଭ ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ହେବ। ଏହାପରେ ସଦନକୁ ଦୁଇଭାଗରେ ଭାଗ କରିବେ। ଯାହାର ପ୍ରଥମ ଭାଗ ବଜେଟ ସର୍ତ୍ତ ଉପରେ ରହିବ ଯାହା ୧୧ ଫେବୃଆରୀରେ ସମାପ୍ତ ହେବ। ଏହାର ଦ୍ୱିତୀୟ ଭାଗ ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ୮ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ।

ଆଜି ମାନେ ଜାନୁଆରୀ ୩୧ ରେ ଆର୍ଥିକ ସର୍ବେକ୍ଷଣ ହେବ। ଏହି ସର୍ଭେରେ ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ବିସ୍ତତ ଭାବେ ସୂଚନା ଦିଆଯିବ। ମାନେ ପୂର୍ବ ୧ ବର୍ଷର ସବୁ ହିସାବ କରାଯିବ। ତେବେ କାଲିର ବଜେଟରେ ଏବେ ସମସ୍ତଙ୍କ ନଜର ରହିଛି। ଦେଖାଯାଉ ସରକାରଙ୍କ ଏହି ନିଷ୍ପତ୍ତିରେ ଲୋକମାନଙ୍କ କେଉଁ ଆଶା ପୂରଣ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.