ଭେଣ୍ଟିଲେଟର ସପୋର୍ଟରୁ ବାହାରିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର, ଉଭୟ କରୋନା ଓ ନିମୋନିଆକୁ ଦେଲେ ମାତ୍‌

୯୨ ବର୍ଷୀୟା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଦୀର୍ଘ ୧୯ ଦିନ ପରେ ଭେଣ୍ଟିଲେଟରରୁ ବାହାର କରାଯାଇଛି। ପ୍ରଥମେ ଆଇସିୟୁରେ ଥିବା ଲତାଙ୍କୁ କିଛି ଦିନ ତରେ ଭେଣ୍ଟିଲେଟରକୁ ଅଣାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରୁ ବାହାର କରାଯାଇଛି। ତଥାପି ଲତା ଏବେ ହସ୍ପିଟାଲର ଆଇସିୟୁରେ ଅବଜରଭେସନ୍‌ରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଲତା ମଙ୍ଗେସକର କରୋନା ସଂକ୍ରମିତ ହେବା ପରେ ଜାନୁଆରୀ ୮ରେ ମୁମ୍ବାଇ ସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଲତାଙ୍କ ଦେହ ଖରାପ କଥା ଶୁଣି ଫ୍ୟାନ୍‌ମାନେ ଲଗାତାର ତାଙ୍କ ପାଇଁ ପ୍ରାର୍ଥନା ଜାରି ରଖିଥିଲେ। ତେବେ ଫ୍ୟାନ୍‌ଙ୍କ ପ୍ରାର୍ଥନା ବଳରେ ଲତା ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଏ ନେଇ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲର ଆସୋସିଏଟ୍‌ ପ୍ରଫେସର ଡା.ପ୍ରତୀତ ସମଦାନୀ କହିଛନ୍ତି, ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ସେ କହିଛନ୍ତି, ଭେଣ୍ଟିଲେଟର ସପୋର୍ଟକୁ ହଟାଇବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। କିନ୍ତୁ ଏବେ ବି ତାଙ୍କୁ ଆଇସିୟୁରେ ଅବଜରଭେସନ୍‌ର ରଖାଯାଇଛି।

ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିବା ଅବସରରେ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ମୁଁ ଲତା ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲି। ସେ ସୁସ୍ଥ ହେଉଥିବାର ଡାକ୍ତର କହିଛନ୍ତି। ସେ ଉଭୟ କରୋନା ଓ ନିମୋନିଆକୁ ମାତ୍‌ ଦେଇଛନ୍ତି। ପ୍ରଥମେ ସେ ଭେଣ୍ଟିଲେଟରରେ ଥିଲେ। ୧୫ ଦିନ ପରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି। ଏବେ ସେ ଅବଜରଭେସନ୍‌ରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.