ଖୋଲିଲା ଶ୍ରୀମନ୍ଦିର, ପୁଣି ଭକ୍ତ ଓ ଭଗବାନଙ୍କର ହେଲା ମିଳନ

ପୁରୀ(କେନ୍ଯୁଜ୍): ୨୦ଦିନର ବ୍ୟବଧାନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ପୁଣି ଭକ୍ତ ଓ ଭଗବାନଙ୍କର ହେଲା ମିଳନ। ଭୋର ୪ଟା ୪୫ରେ ଦ୍ୱାର ଖୋଲିବା ପରେ ୫ଟା ୫୫ରେ ମଙ୍ଗଳ ଆଳତି ହୋଇଥିଲା। ଏହାପରେ ସକାଳ ୬ଟାରୁ ଆରମ୍ଭ ହୋଇଛି ଦର୍ଶନ। ରାତି ୯ଟା ଯାଏ ଜାରି ରହିବ ଦର୍ଶନ। ସାନିଟାଇଜ୍‌ ପାଇଁ ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।

ଅନ୍ୟ ୬ ଦିନ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ପରିଚୟପତ୍ର ସହ ୪ ଦିନ ଭିତରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍‌ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସମସ୍ତେ ପିନ୍ଧିବେ ମାସ୍କ । ସାନିଟାଇଜ୍‌ କରିବା ସହ ସାମାଜିକ ଦୂରତା ବଜାୟ ରଖିବେ । ଫେବ୍ରୁଆରୀ ୧୭ ତାରିଖ ଯାଏ ଶ୍ରୀଜିଉଙ୍କ ଦର୍ଶନ ନେଇ ଏସଓପି ଜାରି ହୋଇଛି ।

ଭକ୍ତଙ୍କ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯlଇଛି । ପୁରୀର ସ୍ଥାନୀୟ ବାସିନ୍ଦାମlନେ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରିପାରିବେ। ସଂକ୍ରମଣ ରୋକିବାକୁ ସେବୟତ ମାନଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ। ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ। ଦର୍ଶନ ଓ ନୀତିକୁ ଶୃଙ୍ଖଳାର ସହ କରିବା ପାଇଁ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l

Leave A Reply

Your email address will not be published.