Below header

ଆଜି ଆସିବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌: ଅର୍ଥନୀତିକୁ ଆଗକୁ ନେବା ପାଇଁ କଣ ରହିବ ବ୍ୟବସ୍ଥା? ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହାମାରୀ କବଳରୁ ଉଦ୍ଧାର କରି ଅର୍ଥନୀତିକୁ ଆଗକୁ ନେବା ପାଇଁ କଣ ରହିବ ବ୍ୟବସ୍ଥା ? ଏଥର ବଜେଟ୍‌ରେ ୧୪ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ କରିପାରନ୍ତି ଅର୍ଥମନ୍ତ୍ରୀ।

ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ପର୍ଯ୍ୟଟନ ଓ ଏମଏସଏମ୍‌ଇ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ । ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ କରିପାରନ୍ତି ଅର୍ଥମନ୍ତ୍ରୀ । ବରିଷ୍ଠ ନାଗରିକଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ହୋଇପାରେ ।

ସର୍ବୋଚ୍ଚ ଟ୍ୟାକ୍ସ ସ୍ଲାବ ହାରକୁ ୩୦ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯାଇପାରେ। ସ୍ୱାସ୍ଥ କ୍ଷେତ୍ରକୁ ଅଧିକ ଅର୍ଥ ବ୍ୟୟବରାଦ ହୋଇପାରେ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନିବେଶ ପାଇଁ ଦେଶର ୧୦ ପ୍ରତିଶତ ଧନୀଙ୍କ ଉପରେ ୧ ପ୍ରତିଶତ ସରଚାର୍ଜ ଲଗାଇବାକୁ ସରକାରଙ୍କୁ ସୁପାରିଶ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.