SBI ରେ ଖାଲିପଡିଛି ସ୍ପେଶାଲ କ୍ୟାଡର ଅଫିସର (SCO) ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଏସବିଆଇରେ ଆପଣ ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଏସବିଆଇ ପକ୍ଷରୁ ସ୍ପେଶାଲ କ୍ୟାଡର ଅଫିସର(SCO) ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏସବିଆଇର ଅଧିକାରକ ୱେବସାଇଟ sbi.co.inକୁ ଯାଇ ଆବେଦନ କରିପାରିବେ। ଏହିସବୁ ପଦବୀରେ ଆବେଦନ କରିବା ପାଇଁ ତାରିଖ ଫେବୃଆରୀ ୫ ତାରିଖରୁ ଆରମ୍ଭ ହୋଇ ୨୫ ଫେବୃଆରୀରେ ସମାପ୍ତ ହେବ।

ପଦବୀ ବିବରଣୀ: ୪୮

ଆସିଷ୍ଟାଣ୍ଟ ମ୍ୟାନେଜର (ନେଟଓ୍ଵାର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ): ୧୫

ଆସିଷ୍ଟାଣ୍ଟ ମ୍ୟାନେଜର (ରାଉଟିଂ ଆଣ୍ଡ ସୁଇଚିଂ): ୩୩

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୫ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଶେଷ ୨୫ ଫେବୃଆରୀରେ ହେବ।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ସର୍ବାଧିକ ୪୦ ବର୍ଷ ହେବା ଜରୁରୀ।

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ୟୁନିଭରସିଟିରୁ କୌଣସି ବିଭାଗରେ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ।

ଆବେଦନ ଶୁଳ୍କ: ସାଧାରଣ ବର୍ଗ/ଓବିସି/ EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ଆବେଦନ ଶୁଳ୍କରେ ରିହାତି ମିଳିବ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କ ଚୟନ ଅନଲାଇନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://ibpsonline.ibps.in/sbiscorjan22/

Leave A Reply

Your email address will not be published.