ବେଙ୍ଗାଲୁରୁରେ ପୁରୀର କୁନି ଝିଅ ଦିବ୍ୟଶ୍ରୀଙ୍କୁ ମିଳିଲା ୨୦୨୨ କଳା ସମ୍ମାନ

ବେଙ୍ଗାଲୁରୁ(କେନ୍ଯୁଜ୍): ଓଡ଼ିଆ କୁନି ତାରକା ତଥା ୨୦୧୯ ଲିଟିଲ ମିସ୍ ଗ୍ଲୋବାଲ ୟୁନିଭର୍ସ ଟାଇଟଲ ବିଜେତା ଦିବ୍ୟଶ୍ରୀଙ୍କୁ ମିଳିଛି ଆଉ ଏକ ସଫଳତା । ଖୁବ କମ ବୟସରୁ ସେ ଦେଶ ବିଦେଶରେ ଅନେକ ସଫଳତା ହାସଲ କଲେଣି । ପୁରୀର ଦେବାଶିଷ ବେହେରାଙ୍କ ୫ ବର୍ଷର ଝିଅ ଦିବ୍ୟଶ୍ରୀ । ସେ ନିଜ ମା ଦେବୀ ଓ ବାପାଙ୍କ ସହ ବେଙ୍ଗାଲୁରୁରେ ରହୁଛନ୍ତି ।

ବାପା ଓ ମା ଦୁହେଁ ଆଇଟି କ୍ଷେତ୍ରରେ ଚାକିରୀ କରିଛନ୍ତି । ବେଙ୍ଗାଲୁରୁ ମଲେଶ୍ୱରମ ଠାରେ ସେବା ସଦନ ଅଡିଟୋରୀୟମ ଠାରେ ଅନୁଷ୍ଠିତ ଷ୍ଟାର ସାଧନ ଓ କଳା ସମ୍ମାନ ୨୦୨୨ ରେ ଦିବ୍ୟଶ୍ରୀଙ୍କୁ ମିଳିଛି ଏହି ଫେସନ ଷ୍ଟାର ଆଇକନ । କାର୍ଯ୍ୟକ୍ରମରେ ଅତିଥି ଭାବେ ଡ଼ ଦୋଡେ ରଙ୍ଗେ ଗୌଡ଼ ,କବି ଭି ମନୋହର, ପ୍ରସିଦ୍ଧ ମ୍ୟୁଜିକ ଡ଼ାଇରେକ୍ଟର ଶସଧର କଟେ ପ୍ରମୁଖ ଯୋଗଦେଇ ଏହି ସମ୍ମାନ ଦିବ୍ୟଶ୍ରୀଙ୍କୁ ପ୍ରଦାନ କରିଥିଲେ ।

award

ଦିବ୍ୟଶ୍ରୀ ୩ବର୍ଷ ବୟସରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି । ଏବେ ସେ ବେଙ୍ଗାଲୁରୁରେ ୨୦୨୨ ବର୍ଷ କଳା ସମ୍ମାନ ପାଇ ଓଡ଼ିଶାର ନାମକୁ ଆହୁରି ବଢ଼ାଇ ପାରିଛନ୍ତି । ତେବେ ଏତେ କମ୍ ବୟସରେ ସେ ଏତେ ସଫଳତା ପାଇଥିବାରୁ ତାଙ୍କ ବାପା ଦେବାଶିଷ ଓ ମା ଦେବୀ ବହୁତ ଖୁସି ଥିବା କହିଛନ୍ତି । ଆଗକୁ ଝିଅର ଅନେକ ସ୍ୱପ୍ନ ରହିଛି । ଯାହା ସେ ପୂରଣ କରିବାରେ ସଫଳ ହୋଇପାରିବ ବୋଲି ଆଶା ରଖିଛନ୍ତି । ସେ ମିସ୍ ଇଣ୍ଡିଆ ଟାଇଟଲ ସହ ମିସ ୟୁନିଭର୍ସ ଟାଇଟଲ ହାସଲ କରିବା ଲକ୍ଷ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.