ଯୁବତୀଙ୍କ ଶରୀରରେ ଡାକ୍ତର ଲଗାଇ ଦେଲେ ଓଲଟା ଗୋଡ଼! ଚାଲିବା ପାଇଁ ପ୍ଲାଷ୍ଟିକ୍‌ ଲେଗ୍‌ର ନେଉଛନ୍ତି ସାହାରା; ଜାଣନ୍ତୁ ଲେଖିକା ଜେସିକାଙ୍କ ସଂଘର୍ଷର କଥା

ଅନେକ ସମୟରେ ମଣିଷ ନିଜ ଶରୀରକୁ ଅଣଦେଖା କରିଥାଏ। କିନ୍ତୁ ଯେତେବେଳେ କୌଣସି ଗମ୍ଭୀର ରୋଗ ମାଡ଼ି ବସେ, ସେତେବେଳେ ସେ ଏହାର ଗୁରୁତ୍ୱ ବୁଝିଥାଏ। ଯଦି ଶରୀରର କୌଣସି ଗୋଟିଏ ଅଙ୍ଗକୁ ବାହାର କରି ଦିଆଯାଏ କିମ୍ବା ଏହାକୁ ଭିନ୍ନ ଢଙ୍ଗରେ ଶରୀରରେ ଯୋଡ଼ି ଦିଆଯାଏ, ତ ଜଣେ ବ୍ୟକ୍ତି ପୂର୍ବପରି ଜୀବନ ଆଉ ଜିଇଁ ପାରିବ ନାହିଁ। ତାକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିବ। ଏବେ ଏହାର ଜ୍ୱଳନ୍ତ ପ୍ରମାଣ ହେଉଛନ୍ତି ନ୍ୟୁଜିଲାଣ୍ଡର ଜଣେ ଯୁବତୀ। ଯୁବତୀ ଜଣକ କ୍ୟାନସର ଭଳି ରୋଗକୁ ମାତ୍‌ ଦେଇଛନ୍ତି। ଏହି ଗମ୍ଭୀର ରୋଗ କାରଣରୁ ତାଙ୍କ ଗୋଡ଼ର ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ଯାଇଛି।

କାହାଣୀ ହେଉଛି ନ୍ୟୁଜିଲାଣ୍ଡରେ ରହୁଥିବା ୨୮ ବର୍ଷୀୟା ଜେସିକାଙ୍କର। ଯେତେବେଳେ ସେ ମାତ୍ର ୮ ବର୍ଷର ଥିଲେ, ସେହି ସମୟରେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ତାଙ୍କୁ କ୍ୟାନସର ହୋଇଛି। ତେବେ ଜେସିକା ଭଉଣୀଙ୍କ ସହିତ ଫୁଟବଲ୍ ଖେଳୁଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଯଦିଓ ଡାକ୍ତରମାନେ ଏହାକୁ ସଂଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ୪-୫ ମାସ ପରେ ବି ସେ ଚାଲିବାରେ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ। ଯେତେବେଳେ ଏହାକୁ ଯାଞ୍ଚ କରାଯାଇଥିଲା, ତ ଜଣା ପଡିଥିଲା କି, ତାଙ୍କୁ ଅଷ୍ଟିଓସାର୍କୋମା ଅର୍ଥାତ୍ ବୋନ୍‌ କ୍ୟାନସର ହୋଇଛି। ଏହି କ୍ୟାନସର ଶରୀରର ସେହି ସେଲ୍‌ରେ ହୋଇଥାଏ, ଯାହା ହାଡ଼ଗୁଡ଼ିକୁ ଗଠନ କରିଥାଏ।

ଡାକ୍ତର ଲଗାଇ ଦେଲେ ଓଲଟା ଗୋଡ଼

ଡାକ୍ତରଙ୍କ ମୂଳ ଲକ୍ଷ୍ୟ ଥିଲା, ଯେମିତି ହେଲେ ଜେସିକାଙ୍କ ଜୀବନ ବଞ୍ଚାଇବେ। କାହିଁକି ନା, ତାଙ୍କ ଗୋଡ଼ରୁ ଉପର ଅଙ୍ଗ ପର୍ଯ୍ୟନ୍ତ କ୍ୟାନସର ବ୍ୟାପିଥିଲା। ଡାକ୍ତରଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା। ସେମାନେ ପିଚାରୁ ଗୋଡ଼ କାଟି ଦେଇ ଥାଆନ୍ତେ ନହେଲେ ଯେଉଁ ଗୋଡ଼ରେ କ୍ୟାନସର ବ୍ୟାପିଥିଲା, ତାହାର ଭଲ ଭାଗକୁ ଆଣ୍ଠୁ ଭଳି ବ୍ୟବହାର କରାଇ ଥାଆନ୍ତେ। ତେବେ ଯଦି ସେମାନେ ପିଚାରୁ ଗୋଡ଼ କାଟି ଦେଇ ଥାଆନ୍ତେ, ତ ଏହାପରେ ନକଲି ଗୋଡ ଲଗାଇବା କଷ୍ଟସାଧ୍ୟ ହୋଇଯାଇ ଥାଆନ୍ତା। କାହିଁକି ନା, ପ୍ରୋସ୍ଥେଟିକ ଗୋଡ଼ ଆଣ୍ଠୁ ସାହାଯ୍ୟରେ ହିଁ ଫିକ୍ସ କରାଯାଇଥାଏ। ଯେହେତୁ ଜେସିକାଙ୍କୁ ବଞ୍ଚାଇବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା, ତ ଏଥିପାଇଁ ସେମାନେ ଜେସିକାଙ୍କ ଗୋଡ଼କୁ ଅଧାରୁ କାଟି ଦେଇଥିଲେ ଏବଂ ତାହାକୁ ଆଣ୍ଠୁ ଜାଗାରେ ହିଁ ଫିକ୍ସ କରି ଦେଇଥିଲେ। ଏହିପରି ଭାବେ ଜେସିକାଙ୍କ ଗୋଟିଏ ଗୋଡ଼ରେ ତାଙ୍କ ପାଦ ଓ ଆଙ୍ଗୁଠି ଅଛି, ଯାହାକୁ ସେ ଆଣ୍ଠୁ ଭାବରେ ବ୍ୟବହାର କରୁଛନ୍ତି। ଏଥି ସହିତ ଏହାରି ସାହାଯ୍ୟରେ ହିଁ ଜେସିକା ନକଲି ଗୋଡ଼ ଲଗାଉଛନ୍ତି।

ସୋସିଆଲ ମିଡିଆରେ ଫେମସ୍‌ ଜେସିକା

ଜେସିକା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି, ଯେଉଁଠି ସେ ନିଜ ଫଟୋ ଏବଂ ଭିଡିଓ ସେୟାର କରି ଥାଆନ୍ତି। ବର୍ତ୍ତମାନ ଜେସିକା ଜଣେ ଲେଖିକା ହୋଇ ସାରିଛନ୍ତି। ତାଙ୍କର ପ୍ରେରଣାଦାୟକ ପୋଷ୍ଟ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.