କଟକ(କେନ୍ୟୁଜ୍): ରକ୍ତ ପାଇଁ ଲାଞ୍ଚ। ଧରା ପଡିଲେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ରକ୍ତ ଭଣ୍ଡାର ଲାଵରୋଟାରୀ ଟେକ୍ନିସିଆନ। ତାଙ୍କ ନାଁ କିଶୋର ଚନ୍ଦ୍ର ସ୍ବାଇଁ। କିଶୋର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ। A+ve ପଜିଟିଭ ଗ୍ରୁପର ଦୁଇ ବୋତଲ ରକ୍ତ ପାଇଁ ନେଉଥିଲେ ୫ ହଜାର ଟଙ୍କା।
କିଶୋରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି। କିଶୋରଙ୍କ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। କଟକ ଚାନ୍ଦିନୀଚୌକ ଓ ଗୋବିନ୍ଦପୁରର ପୈତୃକ ଘରେ ଏକକଳୀନ ଚାଲିଛି ଚଢ଼ାଉ।