ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ନରସିଂହପୁର ଥାନା IIC ଗିରଫ

ଆଠଗଡ଼(କେନ୍ୟୁଜ୍): ଲାଞ୍ଚ ନେଇ ଥାନାଧିକାରୀ ଗିରଫ। ୨୦ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ନରସିଂହପୁର ଥାନା ଆଇଆଇସି ଅଲେଖ ଗରଡ଼ିଆ। ଲାଞ୍ଚ ନେଉଥିବା ବେଳେ ସକାଳେ ଅଲେଖଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ। ୨୦୨୧ ସେପ୍ଟେମ୍ବର ମାସରେ ଏସଟିଏସସି ଆକ୍ଟରେ ରୁଜୁ ଏକ ମାମଲାରେ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ।
ଏହାସହ ଭିଜିଲାନ୍ସ ପକ୍ଷରୁ ଏକାଧିକ ସ୍ଥାନରେ ଚଢଉ ଚାଲିଛି। ନରସିଂହପୁର ଥାନା ଆଇଆଇସିଙ୍କ ରୁମ ଓ ସମ୍ବଲପୁର ଯୁଯୁମରା ଭଣ୍ଡାରୀମାଲସ୍ଥିତ ପୈତୃକ ଘର ସହ ଧନୁପାଲି ହରିଶଙ୍କର ନଗରରେ ଥିବା ୩ମହଲା ଘରେ ମଧ୍ୟ ଚଢଉ ହୋଇଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।.