ଭଞ୍ଜନଗର(କେନ୍ଯୁଜ୍): ଉଭୟେ ଉଭୟଙ୍କ ଉପରକୁ ଏସିଡ୍ ଫୋପାଡି ଆହତ ହେଲେ ଦାଦା ଓ ପୁତୁରା । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମାମୁଁଡିହ ଗାଁ ରେ ଘଟିଛି ଏଭଳି ଘଟଣା । ଦୁଇ ଆହତଙ୍କୁ ଆସିକା ମେଡିକାଲ ରେ ଭର୍ତି କରାଯାଇଛି ।
ଇନସୁରାନ୍ସ ଟଙ୍କାକୁ କେନ୍ଦ୍ର କରି ଉଭୟ ଦାଦା ଓ ପୁତୁରାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା, ପରେ ଗଣ୍ଡଗୋଳର ରୂପ ନେଇଥିଲା । ଗଣ୍ଡଗୋଳ ସମୟରେ ଉଭୟ ଦାଦା ଓ ପୁତୁରା ଉତ୍ୟକ୍ତ ହୋଇ , ପରସ୍ପରକୁ ଏସିଡ୍ ଫୋପାଡି ଥିଲେ । ଘଟଣା ସ୍ଥଳରେ ଆସିକା ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି ।