ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ଵାମୀ ନିଖୋଜ ଘଟଣା: ସିମିଳିଆ ଓଭର ବ୍ରିଜ ନିକଟରୁ ଆଜି କରାଯାଇଛି ଉଦ୍ଧାର

ଢେଙ୍କାନାଳ (କେନ୍ଯୁଜ୍): ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ଵାମୀ ନିଖୋଜ ଘଟଣା, ଆଜି କରାଯାଇଛି ଉଦ୍ଧାର । ଢେଙ୍କାନାଳ ସଦରବ୍ଲକ ସାଙ୍କୁଲେଇ ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀ ଭାରତୀ ରଥଙ୍କ ସ୍ୱାମୀ ଚିନ୍ମୟ କୁମାର ଦାସ ଗତକାଲି ୧୭ ତାରିଖ ରାତିରୁ ନିଖୋଜ ହୋଇଥିଲେ। ଢୋଲପଶି ସାଙ୍କୁଲେଇ ରାସ୍ତାରେ ବିଳମ୍ବିତ ରାତିରେ ତାଙ୍କର ସ୍କୁଟିକୁ ଜବତ କରିଥିଲା ପୋଲିସ୍।ସ୍କୁଟିରେ ରକ୍ତଛିଟା ଲାଗିଥିବା ଜବତ ହୋଇଥିଲା ।

ଏନେଇ ପରିବାର ପକ୍ଷରୁ ସଦରଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରିବାର ପକ୍ଷରୁ କେହି ବିରୋଧୀ ଗୋଷ୍ଠିର ଲୋକମାନେ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ । ଚିନ୍ମୟକୁ ଆଜି ସକାଳୁ ସିମିଳିଆ ରାସ୍ତାର ଓଭର ବ୍ରିଜ ନିକଟରୁ ଉଦ୍ଧାର କରାଯାଇ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.