କଟକ(କେନ୍ଯୁଜ୍): ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ୍ । ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ମର୍କତନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସମୀର ପ୍ରଧାନ, ବିଶ୍ୱଜିତ ବଳିୟାର ସିଂ ଓ ଅନୀଲ ଦାସ । ସିଡିଏ ବାଲିଘାଟ ନିକଟରେ ଡକାୟତି ଯୋଜନା କରୁଥିଲା ଏହି ଗ୍ୟାଙ୍ଗ୍ । ଟାର୍ଗେଟ ଥିଲା ଗହଣା ଦୋକାନରେ ଲୁଟ । ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା ।
ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଗୋଟିଏ ଭୁଜାଲି, ଦୁଇଟି ବାଇକ ଓ ତିନୋଟି ଫୋନ ଜବତ କରିଛି ପୋଲିସ । ତେବେ ଚଢାଉ ବେଳେ ତିନି ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଅନୀଲ ବିରୋଧରେ ପୂର୍ବରୁ ୧୭ ଟି ମାମଲା ଥିବା ବେଳେ, ଅନ୍ୟ ଦୁଇ ଜଣଙ୍କ ନାଁ ରେ ୮ ରୁ ଅଧିକ ମାମଲା ରହିଛି । ସେପଟେ ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ ।