Below header

ଆଉ ଏକ ଇଲେକ୍ଟ୍ରିକ ସ୍କୁଟିରେ ଲାଗିଲା ନିଆଁ, ଆପଣଙ୍କ ପାଖେ ଥିଲେ ହୋଇଯାଆନ୍ତୁ ସାବଧାନ

ଇଲେକ୍ଟ୍ରିକ୍ ୨ ଚିକଆ ଯାନରେ ନିଆଁ ଲାଗିବା ଘଟଣା ଥମିବାର ନାଁ ନେଉନାହିଁ । ମହାରାଷ୍ଟ୍ରର ପୁଣେ ଓ ତାମିଲନାଡୁର ଭେଲ୍ଲୋର ପରେ ଏବେ ନୂଆ ଘଟଣା ତାମିଲନାଡୁର ମାନ୍ନାପରାଇରୁ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ସିଙ୍ଗାପୁରରେ ଇଲେକ୍ଟିକାଲ ଭାବେ କାମ କରୁଥିବା ମୁରଗେସନ ଗତ କିଛିଦିନ ତଳେ ଛୁଟିଦିନ କାଟିବାକୁ ନିଜ ଘରକୁ ଆସିଥିଲେ । ସେ ଗତ ୫ ମାସ ପୂର୍ବରୁ ଏକ ଇଲେକ୍ଟ୍ରିକ୍ ସ୍କୁଟି କିଣିଥିଲେ ।
କୁହାଯାଉଛି ଯେ, ଏହି ଇଲେକ୍ଟ୍ରିକ୍ ସ୍କୁଟି ଏଜ ଜଣାଶୁଣା କମ୍ପାନୀ ନାମରେ ଥିଲା। ସିଙ୍ଗାପୁରରୁ ଆସିବା ପୂର୍ବରୁ ସେ ନିଜର ଇଲେକ୍ଟ୍ରିକ୍ ସ୍କୁଟି ମାର୍ଚ୍ଚ ୨୭ ରେ ଜଣେ ବନ୍ଧୁଙ୍କ ଦୋକାନ ବାହାରେ ପାର୍କିଂ କରିଥିଲେ । ପରଦିନ ଯେତେବେଳେ ତାଙ୍କ ବନ୍ଧୁ ବାଲୁ ନିଜ ଦୋକାନ ଖୋଲିଲେ, ସେବେ ଇଲେକ୍ଟ୍ରିକ୍ ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଥିଲା । ଆଖପାଖରେ ପାଣି ନଥିବା କାରଣରୁ ପଡୋଶୀମାନଙ୍କ ସାହାଯ୍ୟରେ ପାଣି ଓ ମିନରାଲ ୱାଟର ଢ଼ାଳି ନିଆଁକୁ ଆୟତ୍ତ କରାଯାଇଥିଲା ।

ଏହାପୂର୍ବରୁ ଶନିବାର ଦିନ ମହାରାଷ୍ଟ୍ରର ପୁଣେର ଧନୋରୀ ଅଞ୍ଚଳର ଏକ ନାମୀଦାମୀ ସ୍କୁଟରରେ ହଠାତ୍ ନିଆଁ ଲାଗିଥିଲା । ଏହି ଘଟଣାରେ ଇଲେକ୍ଟ୍ରିକ୍ ସ୍କୁଟର ରାସ୍ତାରେ ଜଳିବା ଆରମ୍ଭ କରିଥିଲା ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସେହିଭଳି ଭିଲ୍ଲୋରେ କିଛିଦିନ ତଳେ ଏକ ଇଲେକ୍ଟ୍ରିକ ସ୍କୁଟର ଚାର୍ଜିଂ ହେବା ସମୟରେ ବ୍ୟାଟେରୀ ଫାଟି ଯାଇଥିଲା। ଏହାଦ୍ୱାରା ଜଣେ ବାପା ଓ ଝିଅର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡିଥିଲା କି ଗାଡିକୁ ଚାର୍ଜ କରିବା ପାଇଁ ଏକ ପୁରୁଣା ବୋର୍ଡରେ ଲଗାଯାଇଥିଲା। ଯାହା ଯୋଗୁଁ ସର୍ଟ ସର୍କିଟ ହୋଇ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.