ସାନଭାଇର କାଠ ଫାଳିଆ ଚୋଟରେ ବଡଭାଇର ମୃତ୍ୟୁ

ରାୟଗଡା (କେନ୍ୟୁଜ): ସାନଭାଇର କାଠ ଫାଳିଆରେ ବଡଭାଇର ମୃତ୍ୟୁ। ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ମୁକୁନ୍ଦପୁର ଗାଁର ପୋଲିସ ଫାଣ୍ଡି ସମ୍ମୁଖ ରାସ୍ତା କଡ ତାଙ୍କ ଘର ନିକଟରେ ସାନ ଭାଇ ରାଜେନ୍ଦ୍ର ନାୟକଙ୍କ କାଠଫାଳିଆରେ ବଡଭାଇର ମୃତ୍ୟୁ ହୋଇଛି।

ମୃତକ ହେଲେ କୁନା ନାୟକ। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ହତ୍ୟାକାରୀ ରାଜେନ୍ଦ୍ର ଦୀର୍ଘ ଦିନରୁ ମାନସିକ ବିକୃତି ଥିବା ଜଣାପଡିଛି। ଘଟଣାସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତକୁ ଗିରଫ କରିପାରିନି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.