ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମରେ ଏଣ୍ଟ୍ରି ମାରିଲେ ରଶ୍ମିକା ମନ୍ଦାନା, ଏହି ଅଭିନେତ୍ରୀଙ୍କୁ କଲେ ରିପ୍ଲେସ୍‌

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ର ପୁଷ୍ପା ଫେମ୍‌ ରଶ୍ମିକା ମନ୍ଦାନା ଏଣ୍ଟ୍ରି କରିଛନ୍ତି। ଏହି ଫିଲ୍ମରେ ଗତ କିଛିଦିନ ତଳେ ପରିଣୀତି ଚୋପ୍ରା ଏଣ୍ଟ୍ରି କରିଥିଲେ। କିନ୍ତୁ ଇମତିଆଜ ଅଲ୍ଲୀଙ୍କ ଫିଲ୍ମ ଚମକିଲା ଯୋଗୁଁ ପରୀ ଏହି ଫିଲ୍ମ ଛାଡିଛନ୍ତି। ଏହି ଦୁଇଟି ଯାକ ଫିଲ୍ମ ଗୋଟେ ସମୟରେ ହେଉଥିବାରୁ ଆନିମଲ ଫିଲ୍ମକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ପରୀ। ମିଡିଆ ରିପୋର୍ଟ ମୁତାବକ, ପରିଣୀତି ଫିଲ୍ମ ଛାଡିବା ପରେ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଓ୍ଵାଙ୍ଗା ରଶ୍ମିକା ମନ୍ଦାନାକୁ ଆନିମଲ ଫିଲ୍ମ ପାଇଁ ଆପ୍ରୋଚ କରିଥିଲେ।

କ୍ରାଇମ ଡ୍ରାମା ଫିଲ୍ମ ଆନିମଲରେ ରଣବୀର କପୁର ଲିଡ୍‌ ରୋଲରେ ନଜର ଆସିବେ। ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ହିରୋଇନ ସାଜିବେ ରଶ୍ମିକା ମନ୍ଦାନା। ରିପୋର୍ଟ ମୁତାବକ, ସନ୍ଦୀପ ରେଡ୍ଡୀ ବାଙ୍ଗା ଫିଲ୍ମ ପାଇଁ ପରିଣୀତି ଚୋପ୍ରାଙ୍କୁ ନେବା ପାଇଁ ଉତ୍ସାହିତ ରହିଥିଲେ। କିନ୍ତୁ ପରୀ ସମୟ ଅଭାବ ଯୋଗୁଁ ଫିଲ୍ମ ପାଇଁ ମନା କରିଦେଇଥିଲେ। ଏହି ଫିଲ୍ମରେ ରଣବୀରଙ୍କ ପତ୍ନୀ ସାଜିବେ ରଶ୍ମିକା। ଦୁହିଁଙ୍କ ଯୋଡି ପରଦାରେ ନିଆଁ ଲଗାଇଦେବ ବୋଲି ସମସ୍ତଙ୍କର ଆଶା ରହିଛି।

ରଶ୍ମିକାଙ୍କ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ଭଲ ଆୟ କରିଥିଲା। ଏହା ପରେ ବଲିଉଡରେ ଅନେକ ଫିଲ୍ମ କରିବାକୁ ଯାଉଛନ୍ତି ରଶ୍ମିକା। ରଶ୍ମିକା ଖୁବଶୀଘ୍ର ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ମିଶନ ମଜନୁ’ରେ ନଜର ଆସିବେ ରଶ୍ମିକା। ଏହାଛଡା ଅପକମିଂ ଫିଲ୍ମ ଗୁଡବଏ, ଅନୁଦୀପଙ୍କ ଫିଲ୍ମ SK 12ରେ ମଧ୍ୟ ନଜର ଆସିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.