କୋରାପୁଟ(କେନ୍ୟୁଜ୍): କୋରାପୁଟ ଚମ୍ପୁଆ ଗାଁ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଜଣେ ଗୁରୁତର । ମୃତକ ଦୁଇ ଜଣ ହେଲେ ଯୋଗେଶ ଖିଲ ଏବଂ ଜୟ ସୀସା । ଗୁରୁତର ଅବସ୍ଥାରେ ବାବୁଲା ପୂଜାରୀଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ପୂଜାରୀପୁଟ ଗାଁରୁ ପାଡୁଆ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଟ୍ରକ ଭିତରକୁ ବାଇକ୍ ପଶିଯିବାରୁ ଘଟଣାସ୍ଥଳରେ ଯୋଗେଶ ଖିଲଙ୍କ ମୃତ୍ୟୁ ହୋଇଥିଲା । ସେପଟେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ । ରାସ୍ତା ଅବରୋଧ ଯୋଗୁଁ ନନ୍ଦପୁର ବିଶାଖା ପାଟଣା ଯୋଗାଯୋଗ ବନ୍ଦ ରହିଛି । ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ୍ ।