ହଟ୍‌ ମହିଳାଙ୍କ ସହ ରାମ୍‌ ଗୋପାଳ ବର୍ମା! ବିଳମ୍ବିତ ରାତିରେ ପାର୍ଟି କରି ମଜା ନେଲେ RGV

ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କର ଏକ ଲାଟେଷ୍ଟ୍‍ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହିତ ଯେଉଁ ମହିଳା ନଜର ଆସୁଛନ୍ତି, ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ରିପୋର୍ଟ ମୁତାବକ, କିଛି ଦିନ ତଳେ ରାମ ଗୋପାଳ ବର୍ମା ଘନିଷ୍ଠ ବନ୍ଧୁଙ୍କ ସହ ମିଶି ନିଜର ୬୦ତମ ଜନ୍ମଦିନ ବଡ଼ ଧୁମ୍‌ଧାମରେ ପାଳନ କରିଥିଲେ।

ହାଇଦ୍ରାବାଦର ଏକ ପବ୍‌ରେ ନିଜର ମୁଭି ଟିମ୍‌ ସହ ସେ ଜନ୍ମଦିନ ସେଲିବ୍ରେଟ୍‌ କରିଥିଲେ। ପାର୍ଟିରେ କିଛି ଟଲିଉଡ୍‌ ସେଲିବ୍ରିଟି ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ତାଙ୍କର ପୂର୍ବ ସହାୟକ ତଥା ନିର୍ଦ୍ଦେଶକ ପୁରୀ ଜଗନ୍ଧ ଓ ପ୍ରଡକ୍ସନ ପାର୍ଟନର ଚାର୍ମମେ କୌର ଥିଲେ। ବଡ଼ କେକ୍‌ କାଟି ସମସ୍ତେ ରାମ ଗୋପାଳ ବର୍ମାଙ୍କ ଜନ୍ମଦିନ ପାଳିଥିଲେ।

ତେବେ ଏହି ଭାଇରାଲ ଭିଡିଓ ଦେଖିଲେ ଅଭିନେତ୍ରୀ ନୈନା ଗାଙ୍ଗୁଲିଙ୍କ ସହ ରାମ ଗୋପାଳ ବର୍ମା ବହୁତ ରଙ୍ଗୀନ ଅନ୍ଦାଜରେ ନଜର ଆସୁଛନ୍ତି। ସେ ଗୋଟିଏ ହାତରେ ଗ୍ଲାସ୍‌ ଧରିଥିବା ବେଳେ ଅନ୍ୟପଟେ ନୈନାଙ୍କୁ ଧରିଛନ୍ତି। ଆଉ ଏହି ସମୟରେ ନୈକା ତାଙ୍କୁ କିସ୍‌ କରୁଥିବାର ଦେଖାଯାଉଛନ୍ତି ଏବଂ ଜନ୍ମଦିନ ଶୁଭେଚ୍ଛା ଜଣାଉଛନ୍ତି। ଅଭିନେତ୍ରୀ ଲାଲ୍‌ ରଙ୍ଗର ଶାଢିରେ ବହୁତ ହଟ୍‌ ଲାଗୁଛନ୍ତି।

କହି ରଖୁଛୁ, ଭାରତରେ ପ୍ରଥମ ଥର ଲେସ୍‌ବିୟନ ଲଭ୍‌ ଷ୍ଟୋରୀ ଉପରେ ଆଧାରିତ ରାମ ଗୋପାଳ ବର୍ମାଙ୍କ ବହୁ ବିବାଦୀୟ ଫିଲ୍ମ ‘ଖତରା: ଡେଞ୍ଜରସ୍‌’ ଗତ ଏପ୍ରିଲ ୮ରେ ସିନେମାଘରେ ମୁକ୍ତିଲାଭ କରି ସାରିଛି। ନୈନା ଗାଙ୍ଗୁଲି ଏହି ଫିଲ୍ମରେ ଅଭିନୟ କରିଥିବା ବେଳେ ସେ ରାମ ଗୋପାଳଙ୍କର ଅତି ଘନିଷ୍ଠ ମଧ୍ୟ। ସୂଚନାଥାଉ କି, ବୋଲ୍ଡ ସବ୍‌ଜେକ୍ଟ ଏବଂ ମହିଳା ସମଲିଙ୍ଗୀକ ପ୍ରେମ କାହାଣୀକୁ ନେଇ ଫିଲ୍ମ ସେନ୍ସର ବୋର୍ଡରୁ ପାସ୍‌ ହେବା ଅପେକ୍ଷାରେ ଥିଲା। ସେଠାରୁ ଏ ସାର୍ଟିଫିକେଟ୍‌ ସହିତ ଫିଲ୍ମକୁ ସେନ୍ସର ବୋର୍ଡ ପାସ୍‌ କରିଥିଲା।

ଫିଲ୍ମର କାହାଣୀ ଦୁଇ ମହିଳାଙ୍କ ଉପରେ ରହିଛି। ସେମାନଙ୍କ ଭିତରେ ପ୍ରେମ ଏବଂ ସମଲିଙ୍ଗୀକ ସମ୍ପର୍କ ଉପରେ ଫିଲ୍ମଟି ଆଧାରିତ, ଯେଉଁମାନେ ପୁରୁଷପ୍ରଧାନ ସମାଜରୁ ଅସନ୍ତୁଷ୍ଟ ହୋଇ ପରସ୍ପର ପ୍ରତି ଆକର୍ଷିତ ହେଉଛନ୍ତି।

 

View this post on Instagram

 

A post shared by Naina Ganguly ❤ (@nainaganguly)

 

View this post on Instagram

 

A post shared by Naina Ganguly ❤ (@nainaganguly)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.