କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ଝିଅଙ୍କୁ ମିଳିବ ଫାଇଦା, ମାତ୍ର ୨୫୦ ଟଙ୍କା ନିବେଶ କରି ପାଆନ୍ତୁ ଲକ୍ଷାଧିକ ଧନରାଶି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୫ ମସିହା ୨୨ ଜାନୁଆରୀରେ ସୁକନ୍ୟା ସମୃଦ୍ଧି ଯୋଜନା ବାହାର କରାଯାଇଥିଲା। ବେଟି ବଚାଓ ଓ ବେଟି ପଢ଼ାଓ ନାମରେ ଏହି କ୍ୟାମ୍ପେନ ତିଆରି ହୋଇଥିଲା। ଏବେ ଏହି ଯୋଜନା ୭.୬% ସୁଧହାର ଲାଗୁ କରିଛି। ପ୍ରାଥମିକ ଭାବେ ଏହା ୯.୧% ଓ ପରେ ୯.୨% ସୁ ଧହାରରେ ଲଞ୍ଚ ହୋଇଥିଲା।

ତେବେ ସରକାରଙ୍କ ଏହି ସ୍କିମର ଆକାଉଣ୍ଟ ଆପଣ ଇଣ୍ଡିଆ ପୋଷ୍ଟ ଅଫିସରେ ଖୋଲିପାରିବେ। ଏହା କନ୍ୟା ସନ୍ତାନଙ୍କ ପାଇଁ ବିଶେଷ କରି କରାଯାଇଛି। ଝିଅ ମାନଙ୍କ ପାଠପଢ଼ା ତଥା ସେମାନଙ୍କ ବିବାହକୁ ନେଇ ଏହି ସ୍କିମ ତିଆରି ହୋଇଛି। ପ୍ରତ୍ୟେକ ପିଲାଙ୍କ ପାଇଁ ମାତ୍ର ଗୋଟିଏ ଅତି ବେଶୀରେ ଦୁଇଟା ଆକାଉଣ୍ଟ କ୍ରିଏଟ କରିପାରିବେ। ମାତ୍ର ଅଳ୍ପ ଟଙ୍କା ଦେଇ ଆପଣ ପରେ ଏକ ବଡ଼ ରକମର ଅର୍ଥରାଶି ପାଇପାରିବେ। ଏହି ଯୋଜନା ସୁରକ୍ଷିିତ ମଧ୍ୟ।

ଛୋଟ ସଞ୍ଚୟ ଯୋଜନା ପାଇଁ ସରକାର ଏଥର କୌଣସି ପ୍ରକାରର ପରିବର୍ତ୍ତନ ଆଣିନାହାନ୍ତି । ଅର୍ଥାତ ‘ଏପ୍ରିଲ୍-ଜୁନ୍’ କ୍ୱାର୍ଟରରେ ଗ୍ରାହକଙ୍କୁ ପୁରୁଣା ଦରରେ ହିଁ ସୁଧର ଫାଇଦା ମିଳିବ ।ଏହି ସ୍କିମର ସବୁଠାରୁ ଭଲ କଥା ହେଉଛି, ଆପଣଙ୍କୁ ୨୧ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିବନାହିଁଽ ଆକାଉଣ୍ଟ ଖୋଲିବା ଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ । ଝିଅକୁ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ସେହି ଟଙ୍କାର ସୁଦ୍ଧ ମିଳିବ ।ଏବେ ସରକାର ଏହି ସ୍କିମ୍ ଖାତାଧାରୀଙ୍କୁ ୭.୬ ପ୍ରତିଶତ ହାରରେ ସୁଧର ଲାଭ ପାଇପାରିବେ । ଏହି ସୁଧ ଦରକୁ ସରକାର ୩ ମାସ ପରେ ରିଭାଇଜ୍ କରିଥାନ୍ତି ।

ଏହି ଯୋଜନାରେ ଆପଣଙ୍କୁ ଅତିକମରେ ୨୫୦ ଟଙ୍କା ଡିପୋଜିଟ୍ କରିବାକୁ ଥିବାବେଳେ ସର୍ବାଧିକ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ । କେନ୍ଦ୍ର ସରକାରଙ୍କ ଏହା ଏକ ଲୋକପ୍ରିୟ ସ୍କିମ୍ । ଯେଉଁଥିରେ ଆପଣ ଆପଣଙ୍କ ଝିଅ ପାଇଁ ୧୫ ଲକ୍ଷ ଟଙ୍କା ଫଣ୍ଡ ପ୍ରସ୍ତୁତ କରିପାରିବେ ।ଏହି ଯୋଜନାରେ ଆପଣ ଆପଣଙ୍କ ଝିଅର ଖାତା ପୋଷ୍ଟ ଅଫିସ୍ କିମ୍ବା ବ୍ୟାଙ୍କରେ ଅତି ସହଜରେ ଖୋଲିପାରିବେ । ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ଝିଅ ଏବଂ ବାପାମାଆଙ୍କ ପରିଚୟ ପତ୍ର ଜମା କରିବାକୁ ପଡିଥାଏ ।

ଏହି ସରକାରୀ ସ୍କିମରେ ଯଦି ଆପଣ ପ୍ରତ୍ୟେକ ମାସରେ କେବଳ ୩୦୦୦ ଟଙ୍କା ଡିପୋଜିଟ୍ କରନ୍ତି, ମାନେ ବର୍ଷକୁ ଆପଣ ୩୬,୦୦୦ ଟଙ୍କା ଡିପୋଜିଟ୍ କରନ୍ତି । ତେବେ ତା’ ଉପରେ ଆପଣଙ୍କୁ ୭.୬% ହିସାବରେ ସୁଧ ମିଳିବ । ଏଭଳି ଭାବେ ୨୧ ବର୍ଷ ମାନେ ମ୍ୟୁଚ୍ୟୁରିଟି ସମୟରେ ଏହା ପାଖାପାଖି ୧୫ ଲକ୍ଷ ୨୨ ହଜାର ୨୨୧ ଟଙ୍କା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.