ଆଜି ବି ଜଳୁଛି ରାଜଧାନୀ, ୧୧ଟା ୨୦ ସୁଦ୍ଧା ୪୦.୨ଂ ତାପମାତ୍ରା ରେକର୍ଡ

ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ଅଗ୍ନିବର୍ଷା । ଆଜି ବି ଜଳୁଛି ରାଜଧାନୀ। ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଦିନ ୧୧ଟା ୨୦ ସୁଦ୍ଧା ୪୦.୨ଂ ତାପମାତ୍ରା ରେକର୍ଡ କରାଯାଇଛି। ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ଟି ସହର। ୯ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ଆସନ୍ତାକାଲିଠୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୫ ତାରିଖ ପାଇଁ ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି । ୨୬ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ମୟୂରଭଞ୍ଜ ଏବଂ ୨୭ରେ ବଲାଙ୍ଗିର, ବୌଦ୍ଧ, ସୋନପୁର ଓ କଳାହାଣ୍ଡିକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି

Leave A Reply

Your email address will not be published.