ଇଣ୍ଡିଆନ ଆଇଡଲ୍ ୧୨ ରେ ଲୋକପ୍ରିୟତା ହାସଲ କରିଥିବା ସାୟଲି କାମ୍ବଲେ ପ୍ରେମିକ ଧଓ୍ଵଲଙ୍କୁ ବିବାହ କରିଛନ୍ତି। ସାୟଲୀ ଧଓ୍ଵଲଙ୍କ ସହିତ ଦୀର୍ଘଦିନରୁ ରିଲେସନସିପରେ ରହିଆସୁଥିଲେ। ଗତ ୨୪ ତାରିଖରେ ସାୟଲୀ-ଧୱଲ ମହାରାଷ୍ଟ୍ର ରୀତିନୀତିରେ ବିବାହ କରିଛନ୍ତି । ଦମ୍ପତିଙ୍କର ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି। ସାୟଲୀ ଏବଂ ଧଓ୍ଵଲଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।
ବିବାହ ଅବସରରେ ସାୟଲୀଙ୍କ ଡ୍ରେସ ପରିଧାନ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ବ୍ରାଇଡାଲ ଲୁକରେ ସାୟଲୀ ବହୁତ ଖୁସି ଥିବା ଜଣାପଡ଼ୁଥିଲେ । କନ୍ୟା ସାୟଲୀଙ୍କୁ ନେବାକୁ ବର ଧୱଲ ଘୋଡ଼ାରେ ବସି ଆସିଥିବା ଏକ ଫଟୋରୁ ଜଣାପଡ଼ୁଛି । ହଳଦିଆଙ୍କୁ ଗୋଲାପୀ ରଙ୍ଗର ଶାଢି ପିନ୍ଧି ବେଶ୍ ସୁନ୍ଦର ନଜର ଆସିଛନ୍ତି। ଶାଢି ସହିତ ବେକରେ ଥିବା ହାର, ଡିଜାଇନର କମରବନ୍ଧ ଏବଂ ଗ୍ରୀନ ରଙ୍ଗର ଚୁଡିରେ ବେଶି ସୁନ୍ଦର ନଜର ଆସିଛନ୍ତି।
View this post on Instagram
ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ସାୟଲୀ ଏବଂ ଧଓ୍ଵଲଙ୍କ ବରମାଳା ପିନ୍ଧୁଥିବା ନଜର ଆସିଛି। ଏହାଛଡା ମଣ୍ଡପରେ ସାୟଲୀ ବସି ବିବାହ ରୀତିନୀତି ସବୁ ସଂପୂର୍ଣ୍ଣ କରୁଥିବା ମଧ୍ୟ ନଜର ଆସିଛନ୍ତି। ସାୟଲୀଙ୍କ ବିବାହ ଉତ୍ସବରେ ଇଣ୍ଡିଆନ ଆଇଡଲ ବନ୍ଧୁମାନେ ଯୋଗ ଦେଇଥିଲେ । ଇଣ୍ଡିଆନ ଆଇଡଲ-୧୨ର ଫେମ୍ ନିହାଲ ଟୌରୋ, ଅଞ୍ଜଲୀ ଗାଏକୱାଡ, ନଚିକେତ ଲେଲେ ପ୍ରମୁଖ ସାୟଲୀ-ଧୱଲଙ୍କୁ ଶୁଭେଚ୍ଛା ଜଣାଇଥିଲେ।
View this post on Instagram
ସୂଚନାଯୋଗ୍ୟ ଯେ, ସାୟଲୀ ଇଣ୍ଡିଆନ ଆଇଡଲ-୧୨ରେ ଭାଗ ନେବା ପୂର୍ବରୁ ଜଣେ କ୍ଲାସିକାଲ ଆଞ୍ଚଳିକ ଗାୟିକା ଭାବେ ନିଜ ସଙ୍ଗୀତ ଜୀବନର ଯାତ୍ରା ଆରମ୍ଭ କରିଥିଲେ । ୧୯୯୭ରେ ମୁମ୍ବାଇରେ ସେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମରାଠୀ ଫିଲ୍ମ ‘କୋହଲାପୁର ଡାଏରିଜ’ରେ କଣ୍ଠଦାନ କରିଥିଲେ । ଏଥିସହିତ ବଲିଉଡ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିଆଙ୍କ ୟୁଟ୍ୟୁବ ଚ୍ୟାନେଲରେ କଣ୍ଠଦାନ କରିଥିଲେ ।
View this post on Instagram