ଟ୍ୱିଟର ପରେ Coca-Cola କିଣିବାକୁ ଇଚ୍ଛା କରିଛନ୍ତି ଏଲନ୍ ମସ୍କ, କହିଲେ ମୋତେ ଯେଉଁଥିରେ ଜୋକ୍ କରାଯିବ ମୁଁ ତାହା କିଣିଦେବି
ଟ୍ୱିଟର କିଣିବା ପରେ ଏବେ ବିଶ୍ୱର ସର୍ବ ଶ୍ରେଷ୍ଠ ଧନୀ ଏଲନ୍ ମସ୍କ କୋକା କୋଲା କମ୍ପାନୀ କିଣିବାକୁ ଇଛା ରଖିଛନ୍ତି। ସେ ନିଜେ ଟ୍ୱିଟ କରି କହିଛନ୍ତି ଯେ କୋକାକୋଲା କିଣିବେ ଏବଂ ‘କୋକେନ୍ ଫେରାଇବେ’। ୨୦୧୭ ରେ ଏଲନ୍ ମସ୍କ ପଚାରିଥିଲେ ଟ୍ୱିଟର କିଣିବାକୁ ତାଙ୍କୁ କେତେ ଖର୍ଚ୍ଚ ପଡ଼ିବ, ସେହି ସମୟରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଥଟା କରି କହିଥିଲେ ସତରେ କ’ଣ ସେ ଟ୍ୱିଟର କିଣିବେ। କିନ୍ତୁ ସେ ପ୍ରାୟ ୪୪ ବିଲିୟନ ଡଲାର୍ ଦେଇ ଟ୍ୱିଟର କିଣିଲେ।
Next I’m buying Coca-Cola to put the cocaine back in
— Elon Musk (@elonmusk) April 28, 2022
ପୁଣି ଆଜି ଅର୍ଥାତ ଗୁରୁବାର ଦିନ ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ସେ ପରବର୍ତ୍ତୀ ସମୟରେ କୋକାକୋଲା କିଣିବେ ଏବଂ ଏଥିରେ କୋକେନ୍ ରଖିବେ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଏହି କୋକାକୋଲା ଟ୍ୱିଟ୍ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଦୁଇ ଘଣ୍ଟା ମଧ୍ୟରେ, ଟ୍ୱିଟ୍ ୧ ମିଲିୟନ୍ ଲାଇକ୍, ୨୦୦ କେ ରିଟ୍ୱିଟ ଏବଂ ୬୦K କୋଟ୍ ଟ୍ୱିଟ୍ ଅତିକ୍ରମ କରିଛି । ତେବେ ତାଙ୍କର ଏହି ଟ୍ୱିଟ୍ ପଢ଼ି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଥଟା କରିଛନ୍ତି। ଏମିତିକି ୟୁଜରମାନେ ନିଶ୍ଚିତ ନୁହଁନ୍ତି ଯେ ସେ ଏହାକୁ କିଣିବେ କି ନାହିଁ।
ଟ୍ୱିଟର ସହିତ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ମସ୍କ ଟ୍ୱିଟରରେ ଅପମାନଜନକ କିଛି ଟୁଇଟ୍ କରିପାରିବ ନାହିଁ। ଟୁଇଟ୍ କରିବା ସମସ୍ତଙ୍କୁ ଅନୁମତି ଦିଆଯାଇଛି, ତେଣୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅନ୍ୟ ଜିନିଷ ବିଷୟରେ ଅନେକ କଥା କହୁଛନ୍ତି, ଯେଉଁଥିରେ ଟୁଇଟର କିପରି ହେବା ଉଚିତ୍ ତାହା ମଧ୍ୟ ଏଲନ୍ ମସ୍କ ଯୁକ୍ତି ରଖିଥିଲେ। ତାଙ୍କ ଦୃଷ୍ଟିକୋଣରେ, ଦେଶର ନିୟମ ଅନୁଯାୟୀ ଟ୍ୱିଟର ମୁକ୍ତ ବକ୍ତବ୍ୟକୁ ଉତ୍ସାହିତ କରିବା ଉଚିତ୍। ସମସ୍ତେ ନିଜ ମନ୍ତବ୍ୟକୁ ଏହି ପ୍ଲାଟଫର୍ମରେ କହିପାରିବେ।
ଏହା ଯେପରି ରାଜନୈତିକ ଦୃଷ୍ଟିରୁ ନିରପେକ୍ଷ ହେବା ଉଚିତ। ସୁରକ୍ଷା ଦୃଷ୍ଟିରୁ, ଏଲନ୍ ମସ୍କ ଚାହୁଁଛନ୍ତି ଯେ ଟ୍ୱିଟର DM ଗୁଡିକ ସିଗନାଲ୍ ପରି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ କରନ୍ତୁ ଯାହା ଦ୍ଵାରା କେହି ବ୍ୟକ୍ତିଗତ ବାର୍ତ୍ତା ଚୋରି କିମ୍ବା ହ୍ୟାକ୍ କରିପାରିବେ ନାହିଁ। କୋକାକୋଲାକୁ ଫେରିବା ପରେ ମସ୍କ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ଆଟଲାଣ୍ଟା କମ୍ପାନୀ କିଣିଲେ ମଧ୍ୟ ଏହା ଡ୍ରିଙ୍କର ମୂଳ ରେସିପି ପାଇଁ ହେବ, ଯେଉଁଥିରେ କୋକେନ ଥିଲା। ତେବେ ସେ ଖୁବ୍ ଶୀଘ୍ର କୋକା କୋଲା କିଣିବେ ଓ ଏଥିରେ ମଧ୍ୟ ଅନେକ ପରିବର୍ତ୍ତନ କରିବେ ବୋଲି କହିଛନ୍ତି।