ପୁଣିଥରେ ଭିଣୋଇଙ୍କୁ କାଷ୍ଟ କରୁଛନ୍ତି ସଲମାନ୍‌, କଭି ଇଦ୍‌ କଭି ଦିଓ୍ଵାଲୀରେ ନଜର ଆସିବେ ଆୟୁଷ ଶର୍ମା

ପୁଣିଥରେ ସଲମାନ୍‌ଙ୍କ ଫିଲ୍ମରେ ନଜର ଆସିବେ ଭିଣୋଇ ଆୟୁଷ। ବଲିଉଡ୍‌ ଅଭିନେତା ଆୟୁଷ ଶର୍ମାଙ୍କୁ ଫ୍ୟାମିଲି ଡ୍ରାମା ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ଵାଲୀ’ ପାଇଁ କାଷ୍ଟ କରାଯାଇଛି। ଏହି ଫିଲ୍ମରେ ପ୍ରଯୋଜନା କରୁଛନ୍ତି ସଲମାନ୍‌ ଖାନ୍‌। ଫିଲ୍ମରେ ସେ ଅନ୍‌ସ୍କିନ୍‌ ଭାଇମାନଙ୍କ ମଧ୍ୟରୁ ଜଣଙ୍କ ଭୂମିକାରେ ଅଭିନୟ କରିବେ। ଏ ନେଇ ସୂଚନା ଦେଇଛନ୍ତି ଆୟୁଷ ଶର୍ମା। ଆୟୁଷ ଶର୍ମା କହିଛନ୍ତି- ହଁ ମୁଁ ଫିଲ୍ମର ଏକ ଅଂଶ ଓ ଏହି ପ୍ରୋଜେକ୍ଟ ପାଇଁ ବେଶ୍‌ ଉତ୍ସାହିତ ଅଛି। ରୋମାଣ୍ଟିକ୍‌ ଡ୍ରାମାଠାରୁ ଆରମ୍ଭ କରି ଆକ୍ସନ୍‌ ଫିଲ୍ମ ଓ ଏବେ ଫ୍ୟାମିଲି ଡ୍ରାମା। ଫିଲ୍ମ ଇଣ୍ଡଷ୍ଟ୍ରୀରେ ମୋ ସୁଯୋଗ ଯେଉଁଭଳି ଭାବେ ଆଗକୁ ବଢ଼ୁଛି, ସେଥିପାଇଁ ମୁଁ କୃତଜ୍ଞ ବୋଲି କହିଛନ୍ତି ଆୟୁଷ।

ଏହା ଏକ କ୍ରାସ୍‌-କଲଚର ଲଭ ଷ୍ଟୋରୀ। ଫିଲ୍ମରେ କମେଡି, ରୋମାନ୍ସ ଓ ଆକ୍ସନ୍‌ର ତଡ଼କା ବି ଦେଖିବାକୁ ମିଳିବ। ଆୟୁଷ ଶର୍ମାଙ୍କର ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଫରହାଦ ସାମଜୀ। ଉଲ୍ଲେଖ ଯୋଗ୍ୟ ଯେ ଫରହାଦ ପୂର୍ବରୁ ଅକ୍ଷୟ କୁମାର, କୃତି ସାନନ୍‌ ଓ ଅର୍ସଦ ଓ୍ଵାର୍ସିଙ୍କ ଅଭିନୀତ ଫିଲ୍ମ ବଚ୍ଚନ ପାଣ୍ଡେରେ ବି ନିର୍ଦ୍ଦେଶନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଆୟୁଷ ଶର୍ମାଙ୍କର ଏହି ଫିଲ୍ମ ସଲମାନ୍‌ଙ୍କ ସହ ଦ୍ୱିତୀୟ ଫିଲ୍ମ ହେବ। ଏଥିସହ ସଲମାନ୍‌ ଖାନ୍‌ ଫିଲ୍ମସ୍‌ ବ୍ୟାନର ତଳେ ଏହା ତୃତୀୟ ଫିଲ୍ମ ହେବ। ଏ ନେଇ ଆୟୁଷ ଶର୍ମା କହିଛନ୍ତି- ମୁଁ ଏଥିପାଇଁ କୃତଜ୍ଞ। ଏହା ଭାଇଙ୍କ ସହ ମୋର ଦ୍ୱିତୀୟ ଫିଲ୍ମ। ମୁଁ କେବେ ସ୍ୱପ୍ନରେ ବି ଭାବି ନଥିଲି ଯେ ମୋତେ ଲଗାତାର ଏତେ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। କିନ୍ତୁ ମୋର ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହେଉଛି। ଏଥିପାଇଁ ମୁଁ ଋଣୀ।

ସଲମାନ୍‌ ଖାନ୍‌ ଫିଲ୍ମସ ଦ୍ୱାରା ନିର୍ମିତ କଭି ଇଦ୍‌ କଭି ଦିଓ୍ଵାଲୀରେ ପୂଜା ହେଗ୍‌ଡେ, ଭେଙ୍କଟେଶ ଓ ଦକ୍ଷିଣ ଭାରତୀୟ ଏବଂ ଉତ୍ତର ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ସାମିଲ ହେବେ। ଫିଲ୍ମର ରିଲିଜ୍‌ ତାରିଖ ଏବେ ସାମ୍ନାକୁ ଆସି ନାହିଁ। କିନ୍ତୁ କୁହାଯାଉଛି ଯେ ଏହି ଫିଲ୍ମ ଇଦ୍‌ କମ୍ବା ଦୀପାବଳି ବେଳେ ପରଦାକୁ ଆସିପାରେ।

Also Read: ୨୦୨୨ରେ ମୋଦିଙ୍କ ପ୍ରଥମ ବିଦେଶ ଯାତ୍ରା: ମେ’୨ରୁ ଗସ୍ତ କରିବେ ଜର୍ମାନୀ, ଡେନ୍‌ମାର୍କ ଓ ଫ୍ରାନ୍ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.