କୁକୁରକୁ ଆଉଁସୁଥିବା ମାଲିକ ଉପରେ ରାଗିଗଲା ପୋଷା କଇଁଛ, ପାଖକୁ ଆସି କଲା ଏମିତି କାମ; ଦେଖନ୍ତୁ ମଜାଦାର ଭିଡିଓ

ପୋଷା ଜୀବଜନ୍ତୁ ବହୁତ ସ୍ନେହୀ ହୋଇଥାନ୍ତି। ପଶୁ ହେଲେ ବି ସେମାନଙ୍କ ଭିତରେ ଭାବନା ଓ ଇମୋସନ୍‌ ରହିଛି। ଏଣୁ ସେମାନେ ମଣିଷର ମୁହଁ ଦେଖି ସେମାନଙ୍କ ମାନସିକ ଅବସ୍ଥା ବୁଝିପାରନ୍ତି। ବେଳେ ବେଳେ ପୋଷା ଜୀବଜନ୍ତୁ ମନ ଖରାପ ଥିବା ମାଲିକ ପାଖରେ ଆସି ଏମିତି ବ୍ୟବହାର କରନ୍ତି, ସତରେ ଯେମିତି ସେମାନେ ବୁଝିପାରୁଛନ୍ତି ଯେ ମାଲିକର ଏବେ ମନ ଦୁଃଖ ଅଛି। ତେବେ ଏହି ଜୀବଜନ୍ତୁଙ୍କ ଯୋଗୁ ବି ଅନେକ ମାନସିକ ଚିନ୍ତା ଦୂର ହୋଇଥାଏ। ଘରେ କୁକୁର ଓ ବିଲେଇ ପାଳୁଥିବା ଲୋକମାନେ ଅଧିକ ସୁଖୀ ହୋଇଥାନ୍ତି ବୋଲି ନିକଟରେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ଏମାନଙ୍କ ସହ ସମୟ ବିତାଇଲେ ଷ୍ଟ୍ରେସ୍‌ ଦୂର ହୁଏ।

ତେବେ ବେଳେ ବେଳେ ପୋଷା ଜୀବ ମାନେ ପରସ୍ପର ଭିତରେ ବି କାମୁଡ଼ା କାମୁଡ଼ି ଓ ରାଗ ରୁଷା ହେଉଥିବାର ଦେଖିବାକୁ ମିଳେ। ଯଦି କେବେ ମାଲିକ କୌଣସି ଜୀବକୁ ଅଧିକ ସ୍ନେହ କରେ, ତେବେ ଅନ୍ୟଟି ରାଗୁଥିବା ଓ ମୁହଁ ଫୁଲାଇ ବସୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ମନୋରଞ୍ଜନର ଖୋରାକ ଯୋଗାଏ। ଏବେ ସୋସିଆଲ ମିଡିଆରେ ସେଭଳି ଏକ କଇଁଛର ଭିଡିଓ ଭାଇରାଲ ହେଉଛି। ମାଲିକଟି ପୋଷା କୁକୁରକୁ ସ୍ନେହ କରୁଥିବା ଦେଖି କଇଁଛ ଯେଭଳି ଭାବେ ରାଗୁଛି, ତାହା କେହି କେବେ ଚିନ୍ତା ବି କରିନଥିବେ।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ସ୍ନେହ କରୁଛନ୍ତି। ସେ କୁକୁରକୁ ସ୍ନେହରେ ଆଉଁସୁଛନ୍ତି। କିନ୍ତୁ ଏହି ସମୟରେ ତାଙ୍କର ଆଉ ଏକ ପାଳିତ କଇଁଛ ପାଖକୁ ଆସୁଛି। କଇଁଛଟି ଯେତେବେଳେ ଦେଖୁଛି ମାଲିକ ତାକୁ ସ୍ନେହ ନ କରି କୁକୁରକୁ ଆଉଁସୁଛନ୍ତି ସେ ରାଗି ଯାଉଛି। ପ୍ରଥମେ କଇଁଛଟି କିଛି ସମୟ ମାଲିକ ପାଖକୁ ଆସି ଅପେକ୍ଷା କରୁଛି। କିନ୍ତୁ ମାଲିକ ତା ପ୍ରତି ଧ୍ୟାନ ନ ଦେବାରୁ ସେ ତାଙ୍କ ଗୋଡ଼କୁ କାମୁଡ଼ିବାକୁ ଉଦ୍ୟତ ହେଉଛି। ତା ପରେ କଇଁଛଟି ରାଗରେ ବ୍ୟକ୍ତିଙ୍କ ପାଦକୁ ଠେଲୁଥିବା ଦେଖାଯାଇଛି।

ଇନ୍‌ଷ୍ଟାଗ୍ରାମ୍‌ରେ Out of context animals ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି। ଭିଡିଓଟିକୁ ଲୋକମାନେ ବହୁଳ ଭାବେ ପସନ୍ଦ କରୁଥିବା ଦେଖାଯାଇଛି। ଇତି ମଧ୍ୟରେ ଏହି ଭିଡିଓରେ ୨ ହଜାରରୁ ଅଧିକ ଲାଇକ୍‌ ମିଳିସାରିଲାଣି। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ କଇଁଛର ବ୍ୟବହାର ଦେଖି ଆଶ୍ଚଯ୍ୟ ହେଉଛନ୍ତି।

Also Read: ପୁଣିଥରେ ଭିଣୋଇଙ୍କୁ କାଷ୍ଟ କରୁଛନ୍ତି ସଲମାନ୍‌, କଭି ଇଦ୍‌ କଭି ଦିଓ୍ଵାଲୀରେ ନଜର ଆସିବେ ଆୟୁଷ ଶର୍ମା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.