Phone Pe ରେ ସୁନା କିଣି ପାଆନ୍ତୁ ବଡ଼ ଆମାଉଣ୍ଟର କ୍ୟାସବ୍ୟାକ, ଜାଣନ୍ତୁ କିପରି ଉଠାଇବେ ଫାଇଦା
ସୁନା କିଣିବା କାହାକୁ ବା ପସନ୍ଦ ନୁହେଁ। କେହି ଟିକେ ଭଲ ସୁଯୋଗ ପାଇବା ମାତ୍ରେ ସୁନା ରୂପା ଆଦି କିଣିବାର ପ୍ଳାନ କରନ୍ତି। ଆଉ ଯଦି ଡିସକାଉଣ୍ଟ ରହିଛି ତେବେ ସୋନେ ପେ ସୁହାଗା ଭଳି କଥା ଏମିତିରେ ଗ୍ରାହକ ଅଧିକ ଇନଟ୍ରେଷ୍ଟ ହୋଇଯାନ୍ତି ସୁନା କିଣିବାକୁ। ସେଥିପାଇଁ ଅପେକ୍ଷା କରିବାକୁ ପଡ଼େ ଭଲ ଦିନ ଅବା ଫେଷ୍ଟିଭାଲ ସିଜିନକୁ।
ପ୍ରାୟତଃ ଅକ୍ଷୟ ତୃତୀୟାରେ ସମସ୍ତେ ସୁନା ଗହଣା କିଣିବାକୁ ଇଚ୍ଛା ରଖିଥାନ୍ତି। ଏହିଦିନ ସୁନା କିଣିବା ଶୁଭ ହୋଇଥାଏ ବୋଲି କୁହାଯିବା ସହ ଅଳଙ୍କାର ଉପରେ ଭାରି ଛାଡ଼ ମଧ୍ୟ ରହିଥାଏ। ଏବେ କିନ୍ତୁ ଡିଜିଟାଲ ଯୁଗରେ ଆଉ କ୍ୟାସ ପାଇଁ ଚିନ୍ତା ନାହିଁ। ଏମିତିରେ ଆପଣ ଫୋନ ପେ ଜରିଆରେ ଗହଣା ପାଇଁ ଟଙ୍କା ଦେଇପାରିବେ। ଆଉ ଭାରି ଛାଡ ମଧ୍ୟ ପାଇପାରିବେ। ଏବେ ଫୋନପେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଭାରି କ୍ୟାସବ୍ୟାକ ଦେବାର ଯୋଜନା ରଖିଛି। ଏମିତିରେ ଯଦି ଆପଣ ସୁନା ଗହଣା କିଣିବାକୁ ଚାହୁଁଛନ୍ତି ତେବେ ଏଥିରୁ ଟଙ୍କା ଦେଇପାରିବେ। ଆଉ ଭଲ ଆମାଉଣ୍ଟର କ୍ୟାସବ୍ୟାକ ମଧ୍ୟ ପାଇପାରିବେ।
ଗ୍ରାହକଙ୍କୁ ଖୁସି କରିବା ପାଇଁ ଫୋନ ପେ ଏହି ଅଫର ଆଣିିଛି । ଅଫର ଅବଧି ମଧ୍ୟରେ ଆପଣ ସୁନା କିଣିବା ପରେ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ। ସେହିପରି ଚାନ୍ଦି ଅବା ରୂପା କିଣିବା ପରେ ଆପଣଙ୍କୁ ଫୋନ ପେ ୨୫୦ଟଙ୍କା କ୍ୟାସବ୍ୟାକ ଦେବ। ଫୋନପେ ଗତ ଗୁରୁବାର ଏନେଇ ସୁଚନା ଦେଇଛି। ଯଦି ଆପଣ ବି ଏହି ଅଫରର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଆଉ ବିଳମ୍ବ କରନ୍ତୁ ନାହିଁ।
ଅକ୍ଷୟ ତୃତୀୟା ଶୁଭ ଅବସରରେ ଆପ୍ ମାଧ୍ୟମରେ ସୁନା ଓ ରୂପା କ୍ରୟ ଉପରେ ଡିଜିଟାଲ୍ ପେମେଣ୍ଟ କମ୍ପାନୀ ଫୋନ୍ ପେ ଗୁରୁବାର ଦିନ ରୋମାଞ୍ଚକର ଅଫର ଘୋଷଣା କରିଛି। ଏହାର ଲିମିଟ ରହିଛି ଆସନ୍ତା ମେ ୩। ଏହାରି ମଧ୍ୟରେ ଆପଣ ଗହଣା କିଣି କ୍ୟାସବ୍ୟାକ ପାଇପାରିବେ। ଉପଭୋକ୍ତାମାନେ ଆପ୍ ମାଧ୍ୟମରେ ସର୍ବୋଚ୍ଚ ଶୁଦ୍ଧତାର ୨୪ କ୍ୟାରେଟ ସୁନା କିଣି ପାରିବେ ଓ ଏହାକୁ ଏକ ବ୍ୟାଙ୍କ ଗ୍ରେଡ୍ ବୀମାଭୁକ୍ତ ଲକରରେ ଷ୍ଟୋରେଜ୍ କରିପାରିବେ। ଏହା ବ୍ୟତୀତ ବିଭିନ୍ନ ପ୍ରକାରର ଡିଜାଇନ୍ ରୁ ସୁନା ମୁଦ୍ରା କିମ୍ବା ବାର୍ ଆକାରରେ ବିତରଣ ମଧ୍ୟ ପାଇପାରିବେ।
କମ୍ପାନୀ କହିଛି, “ଫୋନପେ ରେ ୨୪ କ୍ୟାରେଟ ସୁନା ଓ ରୂପା ସର୍ବୋତ୍ତମ ମୂଲ୍ୟ ଓ ସର୍ବୋଚ୍ଚ ଶୁଦ୍ଧତା ସହିତ ୯୯.୯୯ ପ୍ରତିଶତ ରହିିଛି। ଗ୍ରାହକମାନେ ମୁଦ୍ରାଗୁଡ଼ିକ ପ୍ରତ୍ୟେକ କ୍ରୟ ଉପରେ ଏକ ଶୁଦ୍ଧତା ପ୍ରମାଣପତ୍ର ମଧ୍ୟ ପାଇଥାନ୍ତି।
କମ୍ପାନୀ କହିଛି ଯେ ଏହା ଡିଜିଟାଲ୍ ସୁନା ସ୍ପେସର ଦୁଇ ଅଗ୍ରଣୀ ଉଭୟ MMTC PAMP ଏବଂ SafeGold ରୁ ସର୍ବୋଚ୍ଚ ଶୁଦ୍ଧତା ପ୍ରଦାନ କରେ। କମ୍ପାନୀର କହିବା ଅନୁଯାୟୀ ଏଏମଟିସି ପିଏଏମପି ଏବଂ ସେଫଗୋଲ୍ଡ ଠୁ ମଧ୍ୟ ଏହା ଅଧିକ ଶୁଦ୍ଧତା ଥିବା ସୁନା ଦେଇଥାଏ। ଅକ୍ଷୟ ତୃତୀୟା ଅବସରରେ ଗ୍ରାହକମାନେ ଉଚ୍ଚମାନର ସୁନା ଏବଂ ରୂପା ମୁଦ୍ରା କିଣି ଏହି ଲାଭ ଉଠାଇପାରିବେ।