ଯଦି ଆପଣଙ୍କର ବି ଆକାଉଣ୍ଟ ଏସ୍ବିଆଇରେ ଅଛି ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ। ଏବେ କିଛି ଏସ୍ବିଆଇ ଗ୍ରାହକଙ୍କ ପାଖକୁ ଆକାଉଣ୍ଟରୁ ୧୪୭.୫୦ ଟଙ୍କା କଟିଥିବା ନେଇ ମେସେଜ୍ ଆସୁଛି। ଏହି ମେସେଜ୍ ଆସିବା ପରେ ଲୋକମାନେ ବି ବୁଝିପାରୁନାହାନ୍ତି ଯେ କାହିଁକି ତାଙ୍କ ଆକାଉଣ୍ଟରୁ ଶତାଧିକ ଟଙ୍କା କଟିଛି। ଏ ନେଇ ଜାଣିବା ପାଇଁ ସେମାନେ ବ୍ୟାଙ୍କର ବ୍ରାଞ୍ଚ୍ ଅଫିସକୁ ଯାଉଛନ୍ତି। ଯଦି ଆପଣଙ୍କ ସହ ବି ସେମତି ହୋଇଛି, ତେବେ ଆଦୌ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ।
ଏହି ଟଙ୍କା କଟିବାର କାରଣ ସମ୍ପର୍କରେ ନିକଟରେ ଏସ୍ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଙ୍କର ସୂଚନା ମୁତାବକ, ଏସ୍ବିଆଇ ପକ୍ଷରୁ ହିଁ ଏହି ଟଙ୍କା କଟାଯାଇଛି। ଏହି ଟଙ୍କା ଏଟିଏମ୍ ଚାର୍ଜ ବାବଦକୁ କଟିଛି। ପ୍ରତିବର୍ଷ ୟୁଜର୍ସଙ୍କୁ ଏଟିଏମ୍ କାର୍ଡ ବ୍ୟବହାର କରୁଥିବାରୁ କିଛି ଟଙ୍କା ପୈଠ କରିବାକୁ ପଡ଼ିଥାଏ। ଏ ବାବଦକୁ ଆକାଉଣ୍ଟରୁ ୧୪୭. ୫୦ ଟଙ୍କା କାଟିଛି ବ୍ୟାଙ୍କ। ଏ ନେଇ ଏସ୍ବିଆଇ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।
Please note that Rs 147.50 is debited every year as maintenance charges for each ATM cum Debit card issued to the customers and active anytime during the year.
— State Bank of India (@TheOfficialSBI) September 23, 2021
ନିକଟରେ ଜଣେ ବ୍ୟାଙ୍କ ଆକାଉଣ୍ଟଧାରୀ ତାଙ୍କ ଖାତାରୁ ପଇସା କଟିଥିବା ନେଇ ଟ୍ଵିଟ୍ କରି କହିଥିଲେ। ତାଙ୍କ ଟ୍ଵିଟ୍ର ଉତ୍ତର ଦେବା ଅବସରରେ ଏସ୍ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପ୍ରତିବର୍ଷ ଏସ୍ବିଆଇ ପକ୍ଷରୁ ଏଟିଏମ୍ ବା ଡେବିଟ୍ କାର୍ଡର ମେଣ୍ଟେନାନ୍ସ ପାଇଁ ସବୁ କଷ୍ଟମରଙ୍କ ଆକାଉଣ୍ଟରୁ ୧୪୭.୫୦ ଟଙ୍କା କଟେ। ଏବେ ବି ସେଥିପାଇଁ ହିଁ ଏହି ଟଙ୍କା କାଟ୍ ହୋଇଛି।
ସୂଚନାଯୋଗ୍ୟ, ଏସ୍ବିଆଇ ହେଉଛି ଦେଶର ସବୁଠୁ ବଡ଼ ବ୍ୟାଙ୍କ। ଏହାର ଗ୍ରାହକଙ୍କ ସଂଖ୍ୟା ବି ଅନ୍ୟ ସବୁ ବ୍ୟାଙ୍କ ଠାରୁ ଅଧିକ। ଏଣୁ ବ୍ୟାଙ୍କ ବିଷୟରେ ସମସ୍ତ ତଥ୍ୟ ଗ୍ରାହକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ତେବେ ଏସ୍ବିଆଇ ପକ୍ଷରୁ କେତେକ ନିୟମରେ ପରିବର୍ତ୍ତନ କରାଯାଇଛି। ଯଦି ବର୍ତ୍ତମାନ ଆପଣଙ୍କ ଆକାଉଣ୍ଟରେ କମ୍ ବାଲାନ୍ସ ଥିବାରୁ ଏଟିଏମ୍ ଟ୍ରାନ୍ଜାକ୍ସନ୍ ଫେଲ୍ ହେଉଛି, ତେବେ ଗ୍ରାହକଙ୍କୁ ଏଥିପାଇଁ ଫାଇନ୍ ଦେବାକୁ ପଡ଼ିବ। ବ୍ୟାଙ୍କର ସୂଚନା ମୁତାବକ, ଯଦି ଆପଣଙ୍କ ଆକାଉଣ୍ଟରେ ବାଲାନ୍ସ ନାହିଁ ଆଉ ସେଥିପାଇଁ ଟ୍ରାନ୍ଜାକସନ୍ ଫେଲ୍ ହୋଇଛି, ତେବେ ଏଥିପାଇଁ ଗ୍ରାହକଙ୍କୁ ୨୦ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ। ଏଥିସହ ଜିଏସ୍ଟି ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ। ଏଣୁ ଏଟିଏମ୍ରୁ ଟଙ୍କା ଉଠାଣ ପୂର୍ବରୁ ଏସ୍ବିଆଇ ପକ୍ଷରୁ ଗ୍ରାହକଙ୍କୁ ମେସେଜ୍ ଓ ମିସ୍ଡ କଲ୍ ମାଧ୍ୟମରେ ବାଲାନ୍ସ ଚେକ୍ କରିବାକୁ ସୁଯୋଗ ଦିଆଯାଇଛି। ଏହା ମାଧ୍ୟମରେ ଗ୍ରାହକ ପ୍ରଥମେ ନିଜ ବାଲାନ୍ସ ଚେକ୍ କରି ତା ପରେ ଟଙ୍କା ଉଠାଇବାକୁ ଏସ୍ବିଆଇ ପରାମର୍ଶ ଦେଇଛି।
Also Read: ନେପାଳ ପବ୍ରେ ପାର୍ଟି କରୁଛନ୍ତି ରାହୁଲ ଗାନ୍ଧୀ, ଭିଡିଓ ଭାଇରାଲ ହେବା ପରେ ବିଜେପି କଲା ଟାର୍ଗେଟ୍