ଏଣିକି ଚାଟ୍ ଲିଷ୍ଟରେ ହିଁ ନଜର ଆସିବ ଷ୍ଟାଟସ୍ ଅପଡେଟ୍; ହ୍ୱାଟ୍ସଆପର ଆଣୁଛି ନୂଆ ଫିଚର

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଷ୍ଟାଟସ୍ ପାଇଁ ଏକ ଫିଚର ଆଣିବାକୁ ଯାଉଛି । ଏହି ନୂଆ ଫିଚର ମୁଖ୍ୟତ ଇନଷ୍ଟାଗ୍ରାମରୁ ନିଆଯାଇଛି । ରିପୋର୍ଟ ଅନୁଯାୟୀ, ଖୁବ୍ ଶୀଘ୍ର ଆପଣ ହ୍ୱାଟ୍ସଆପ୍ ଚାଟ୍ ଲିଷ୍ଟରୁ ଜାଣିପାରିବେ କିଏ ଷ୍ଟାଟସ୍ ସେଟ୍ କରିଛନ୍ତି ଏବଂ କିଏ କରିନାହାଁନ୍ତି। WABetaInfo ଅନୁଯାୟୀ, ଏହି ଫିଚର ବର୍ତ୍ତମାନ ଡେଵଲମେଣ୍ଟ ପ୍ରକିୟାରେ ଅଛି, ତେଣୁ ଏହା ଏପର୍ଯ୍ୟନ୍ତ ବିଟା ଷ୍ଟାଟସ୍ ପାଇଁ ରୋଲଆଉଟ କରାଯାଇନାହିଁ ।

ଯଦି ଆପଣ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି, ତେବେ ଆପଣ ଜାଣିବେ ଯେ ଆପଣ ବ୍ୟକ୍ତିଗତ ଚାଟରୁ ସିଧାସଳଖ ଷ୍ଟାଟସ୍ ଅପଡେଟ୍ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ସାମ୍ନା ଲୋକର କନଟାକ୍ଟର ପ୍ରୋଫାଇଲ୍ ଫଟୋ ଉପରେ ଟ୍ୟାପ୍ କରିବାକୁ ପଡିବ । ବର୍ତ୍ତମାନ ହ୍ୱାଟ୍ସଆପ୍ ରେ ମଧ୍ୟ ସମାନ ଫିଚର୍ସ ଆସିବାକୁ ଯାଉଛି । ହ୍ୱାଟ୍ସଆପର ଷ୍ଟାଟସ୍ ଫିଚର ୨୦୧୭ରୁ ମିଳୁଛି । ଏହି ଫିଚର ଆସିବା ପରେ ଷ୍ଟାଟସ୍ ଦେଖିବା ପାଇଁ ଭିନ୍ନ ରୂପେ ଏକ ଷ୍ଟାଟସ୍ ଟ୍ୟାବ୍ ମିଳିବା ଆରମ୍ଭ ହୋଇଛି ।

Capture-24

WABetaInfo ଷ୍ଟାଟସ୍ ଅପଡେଟ୍ ଫିଚରକୁ ନେଇ ଅନେକ ସ୍କ୍ରିନସର୍ଟ୍ସ ସେୟାର କରିଛି । ଏଥରେ ଚାଟ୍ ଲିଷ୍ଟରୁ କେଉଁ ଭଳି ଷ୍ଟାଟସ୍ ନଜର ଆସିବ ସେନେଇ କୁହାଯାଇଛି । ଏହି ଅପଡେଟ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସଙ୍କ ପାଇଁ ହେବ । ହ୍ୱାଟ୍ସଆପ୍ ଷ୍ଟାଟସ୍ ଫିଚର ଉପରେ କ୍ୱିକ୍ ରିଆକ୍ସନର ଫିଚରକୁ ମଧ୍ୟ ସ୍ପଟ୍ କରାଯାଇଛି । ଏହା ଜରିଆରେ ୟୁଜର୍ସ ନିଜ ଭ୍ୟୁ ୮ ଅଲଗା ଅଲଗା ଇମୋଜି ସହିତ ଦେଇପାରିବେ । ଏହାକୁ ଫିଚରକୁ ମଧ୍ୟ ଇନଷ୍ଟାଗ୍ରାମରେ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.