ଯାଜପୁର : ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ

ଯାଜପୁର (କେନ୍ୟୁଜ): ଯାଜପୁର ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥ ସିଂଗଡା ଓଭରବ୍ରିଜ ଉପରେ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ମୃତକ ହେଲେ ସୌଭାଗ୍ୟ ନାୟକ । ଏଥିରେ ଅନ୍ୟ ଜଣେ ଗୁରୁତର ଓ ଜଣେ ସାମାନ୍ୟ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି।

ଗୁରୁତର ହେଲେ ଅଟୋ ଚାଳକ ବାଲିପାଟଣା ଗ୍ରାମର ଶ୍ରୀକାନ୍ତ ପରିଡା ଏବଂ ବାଇକ ଅରୋହି କେନ୍ଦ୍ରାପଡା ଅଞ୍ଚଳର ଗଣେଶ୍ୱର ଖଟୁଆ। ଆଜି ଅପରାହ୍ନ ରେ ଏହି ଦୁର୍ଘଟଣା ଟି ଘଟିଛି। ଅଟୋ ଟି ପାଣିକୋଇଲି ଅଭିମୁଖେ ଯାଉଥିବା ବେଳେ ଵିପରିତ ଦିଗରୁ ଆସିଥିବା ଏକ ବାଇକ ଧକ୍କା ଦେଇଥିଲା। ପାଣିକୋଇଲି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.