ବରଗଡ଼ (କେନ୍ୟୁଜ): ବରଗଡ଼ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦେଲେ ପରମାର ସ୍ମିତ ପୁରୁଷୋତ୍ତମପୁର ଦାଶ। ବରଗଡ ଏସ୍ପି ରାହୁଲ ଜୈନଙ୍କ ଝାରସୁଗୁଡ଼ା ବଦଳି ହୋଇଥିବା ବେଳେ ନବରଙ୍ଗପୁର ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମପୁର ଦାଶଙ୍କୁ ବରଗଡକୁ ବଦଳି କରିଛନ୍ତି ରାଜ୍ୟ ସରକାର।
ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେବା ପରେ ଆଇନଶୃଙ୍ଖଳା କଡାକଡି କରିବା ସହ ପୋଲିସ ଓ ଜନତା ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବେ ବୋଲି କହିଛନ୍ତି ବରଗଡ ଆରକ୍ଷୀ ଅଧିକ୍ଷକ।