ସୋର(କେନ୍ୟୁଜ୍): କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ଦୁଇଟି ବଗିରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚଳାଇଛି ଉଦ୍ୟମ । ସୋର ରେଳ ଷ୍ଟେସନ ୧ ନଂ ପ୍ଲଟଫର୍ମରେ ଟ୍ରେନ୍ ଠିଆ ହୋଇରହିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ।
ଟ୍ରେନଟି ପାରାଦ୍ବୀପରୁ ହଳଦିଆ ଅଭିମୁଖେ ଯାଉଥିବା ବେଳେ ଟ୍ରେନ ୨ ନମ୍ବର ବଗିରେ ନିଆଁ ଲାଗିଥିବା ଟ୍ରେନର ପଛରେ ଗାର୍ଡ ଦେଖିବାକୁ ପାଇଥିଲେ । ସୋର ରେଲୱେ ଷ୍ଟେସନ୍ ମାଷ୍ଟରଙ୍କୁ ଜଣାଇବା ପରେ ଷ୍ଟେସନ୍ ମାଷ୍ଟର ସୋର ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର ୨ ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ।