କାହିଁକି ଗରମ ଦିନରେ ବାଥରୁମ ଲାଗେ ଗରମ ଏବଂ ଅଣନିଶ୍ୱାସୀ, ଦୂର କରିବା ପାଇଁ ଆପଣାନ୍ତୁ ସ୍ମାର୍ଟ ଉପାୟ

ଗରମ ଦିନରେ ଘରକୁ ଥଣ୍ଡା ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଉପାୟ ଆପଣାଉ। ଅଧିକାଂଶ ଲୋକେ ଘରେ ଏସି ମଧ୍ୟ ଲଗାଉଛନ୍ତି। ନ୍ୟାଚୁରାଲ ଉପାୟରେ ଲୋକେ ଘରକୁ ଥଣ୍ଡା ରଖିବା ପାଇଁ ଅନେକ ପ୍ରକାର ଇନଣ୍ଡୋର ପ୍ଲାଣ୍ଟ ଲଗାଉଛନ୍ତି। ଗରମ ଦିନରେ ବାଥରୁମ୍‌ ଗରମ ଲାଗିବା ଏକ ସାଧାରଣ ସମସ୍ୟା। ଗରମ ଦିନରେ ବାଥରୁମକୁ ଗାଧୋଇ ଯିବା ସମୟରେ ଅଣନିଶ୍ୱାସୀ ଅନୁଭବ କରନ୍ତି।

ଏହି ସମସ୍ୟା ଦୂର କରିବା ପାଇଁ କିଛି ସାଧାରଣ ଟିପ୍ସ ରହିଛି, ଯାହାକୁ ଆପଣାଇ ଆପଣ ସହଜରେ ବାଥରୁମର ଗରମକୁ ଦୂର କରିପାରିବେ। ତେବେ କ’ଣସବୁ ଏହି ସାଧାରଣ ଉପାୟ, ଯାହା ବାଥରୁମ ଗରମ ଏବଂ ଅଣନିଶ୍ୱାସୀ ହେବା ସମସ୍ୟା ଦୂର କରିହେବ।

ବାଥରୁମରେ ବ୍ଲାଇଣ୍ଡ ଲାଗିଥାଏ। ଏହି କାରଣ ଯୋଗୁଁ ସୂର୍ଯ୍ୟକିରଣ ବାଥରୁମକୁ ଆସିଥାଏ। ଏହି କାରଣ ଯୋଗୁଁ ଅଳ୍ପ ସମୟରେ ବାଥରୁମ ଗରମ ହୋଇଯାଏ। ତେବେ ସବୁବେଳେ ଚେଷ୍ଟା କରନ୍ତୁ ବାଥରୁମରେ ଲାଗିଥିବା ସମସ୍ତ ବ୍ଲାଇଣ୍ଡକୁ ବନ୍ଦ କରିଦେବେ। ଏହାଦ୍ୱାରା ବାଥରୁମ ଗରମ ହୁଏନାହିଁ। ବ୍ଲାଇଣ୍ଡ ବନ୍ଦ କରିବା ପାଇଁ କଳାରଙ୍ଗର କଟନ ଲଗାଇଦିଅନ୍ତୁ। ଏହା ସୂର୍ଯ୍ୟ କିରଣକୁ ବାଥରୁମକୁ ଆସିବାକୁ ଦିଏନାହିଁ।

ଅଧିକାଂଶ ଲୋକ ସବୁବେଳେ ବାଥରୁମକୁ ବନ୍ଦ ରଖିଥାନ୍ତି। ତେଣୁ ଏହା ଭିତର ଗରମ ହେବାକୁ ଲାଗିଥାଏ। ତେଣୁ ସନ୍ଧ୍ୟାରେ କିଛି ସମୟ ପାଇଁ ବାଥରୁମର ଝରକା ଏବଂ କବାଟ ଖୋଲା ରଖନ୍ତୁ। ଏହାଦ୍ୱାରା ବାଥରୁମକୁ ପବନ ଯିବାଆସିବା କରେ ଏବଂ ଗରମ ଦୂର ହୁଏ।

bithroom
Photo credit: HGTV

ଏଗ୍ଜିହଟ୍‌ ଫ୍ୟାନ୍‌ ବାଥରୁମରେ ଲଗାନ୍ତୁ। ଏହାକୁ ବାଥରୁମରେ ଲଗାଇବା ଦ୍ୱାରା ଥଣ୍ଡା ପବନ ଯିବା ଆସିବା ପରେ । ଗରମ ଏବଂ ଅଣନିଶ୍ୱାସୀ ସମସ୍ୟା ଦୂର ହୁଏ।

ଆମେ ସବୁ ଜାଣିଛେ ଯେ, ଗରମ ଦିନରେ ବିଦ୍ୟୁତର ଅଧିକ ବ୍ୟବହାର କଲେ ଗରମ ଉତ୍ପନ୍ନ ହୁଏ। ତେଣୁ ବାଥରୁମରେ ଲାଇଟ୍ସ ଏବଂ ଅନ୍ୟ ଗରମ ହେଉଥିବା ଜିନିଷକୁ କମ୍‌ ବ୍ୟବହାର କରନ୍ତୁ। ଏହାସହିତ ବାଥରୁମ୍‌ ବ୍ୟବହାର କରିସାରିବା ପରେ ସବୁ ଲାଇଟ୍‌ ବନ୍ଦ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.