ସନ୍ଧ୍ୟା ସମୟରେ କେବେ ବି ଶୁଅନ୍ତୁ ନାହିଁ, ଜାଣନ୍ତୁ କାରଣ କ’ଣ
ସବୁବେଳେ ଜାଣତରେ ହେଉ କିମ୍ବା ଅଜାଣତରେ ଆମ୍ଭେ କେତେକ ଭୁଲ୍ କରିବସୁ, ଯେଉଁଥିପାଇଁ ମା’ ଲକ୍ଷ୍ମୀ ରୋଷ କରନ୍ତି। ଆଉ ଏମିତି କିଛି ଭୁଲ୍ ରହିଛି, ଯାହା ଆମେ ପ୍ରତିଦିନ ଜାଣିଶୁଣି କରିଥାଉ। ତା’ ହେଉଛି ସନ୍ଧ୍ୟା ସମୟରେ ଶୋବା। ସନ୍ଧ୍ୟା ସମୟରେ ଗଡିପଡିବା କିମ୍ବା ଶୋଇବା ଦ୍ୱାରା ମା’ ଲକ୍ଷ୍ମୀ ରୋଷ କରନ୍ତି। ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁସାରେ ସନ୍ଧ୍ୟା କାଳରେ ଘରେ ତିନି ଦେବୀ ମା’ ସରସ୍ୱତୀ, ମା ଲକ୍ଷ୍ମୀ ଏବଂ ମା’ ଦୁର୍ଗାଙ୍କର ଆଗମନ ହୋଇଥାଏ। ତେଣୁ ଆପଣ ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ। ଏପରି କଲେ ଆପଣ ଦୈବୀ ଶକ୍ତିରୁ ବଞ୍ଚିତ ହେବେ ନିଶ୍ଚିତ।
ନକାରାତ୍ମକ ଶକ୍ତିକୁ ଡାକିବା :
ସୂର୍ଯ୍ୟାସ୍ତ ଠାରୁ ଆରମ୍ଭ କରି ରାତି ମଧ୍ୟରେ ଘରକୁ ମା’ ଲକ୍ଷ୍ମୀ ଆଗମନ କରନ୍ତି। ଏହି ସମୟରେ ଘରର କବାଟ ଖୋଲାରଖନ୍ତୁ। ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରନ୍ତୁ। ଯଦି ଆପଣ ଏହି ସମୟରେ ଶୋଇପଡନ୍ତି, ତେବେ ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବଢିଯାଏ ଏବଂ ମା’ ଲକ୍ଷ୍ମୀ ଘରକୁ ଆସିବା ପରିବର୍ତ୍ତେ ଦୂରେଇ ଯାଆନ୍ତି।
ସୂର୍ଯ୍ୟ ଉଦୟ ସହିତ ଦିନର ଆରମ୍ଭ ହୋଇଥାଏ। କିନ୍ତୁ ସୂର୍ଯ୍ୟାସ୍ତ ପରେ ନୂଆ କାମ ଏବଂ ଯୋଜନା ବିଷୟରେ ଚିନ୍ତା କରିବା ଜରୁରୀ। ତେଣୁ ସନ୍ଧ୍ୟା ସମୟରେ ନ ଶୋଇ ସଠିକ ଉପାୟରେ ଆଗାମୀ ଯୋଜନା ବିଷୟରେ ଚିନ୍ତା କରନ୍ତୁ। ଏହି ସମୟରେ ଶୋଇବା ବ୍ୟକ୍ତି ପାଇଁ ଶୁଭ ହୋଇନଥାଏ। ଏହହା ମଣିଷ ପତନର କାରଣ ହୋଇଥାଏ।
ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ :
ବିଜ୍ଞାନ ଅନୁଯାୟୀ, ଏହି ସମୟରେ ଶୋଇବା ଶରୀର ଉପରେ ଖରାବ ପ୍ରଭାବ ପକାଏ। ସୂର୍ଯ୍ୟାସ୍ତ ସହିତ ଆପଣଙ୍କ ଦିନ ମଧ୍ୟ ସରିଯାଏ। କିନ୍ତୁ ଆପଣ ଯଦି ଏହି ସମୟରେ ଶୋଇ ରାତିରେ ଅଧିକ ସମୟ ଅନିଦ୍ର ରୁହନ୍ତି ତେବେ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିବ। ରାତିରେ ସଠିକ୍ ଭାବେ ନିଦ ନ ହେବା ଯୋଗୁଁ ପାଚନ ତନ୍ତ୍ର ଉପରେ ପ୍ରଭାବ ପଡିବ। ତେଣୁ ଏହି ସମୟରେ ଶୋଇବା ଅନୁଚିତ।