ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନର ଭାବେ ଦାୟିତ୍ୱ ନେଲେ ବିଜୟ ଅମୃତ କୁଲାଙ୍ଗେ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ ଅମୃତ କୁଲାଙ୍ଗେ। ସେପଟେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଦାୟୀ କମିଶନର ସଞ୍ଜୟ କୁମାର ସିଂହଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପାଖାପାଖି ୧୩ ମାସ କାର୍ଯ୍ଯକାଳ ପରେ ବିଏମସି ରୁ ବିଦାୟ ନେଇଛନ୍ତି ସଞ୍ଜୟ ସିଂହ। ତାଙ୍କ ଦାୟିତ୍ୱକାଳରେ କୋଭିଡ ପରିଚାଳନା, ମ୍ଯୁନିସପାଲିଟି ର୍ନିବାଚନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯ ସମ୍ପାଦନ କରିଛନ୍ତି।

ବଡ କଥା ହେଲା ଅନଲାଇନ ଫାଇଲ ମ୍ଯାନେଜମେଣ୍ଟ ବ୍ଯବସ୍ଥା ଆରମ୍ଭ କରିଥିଲେ ସଞ୍ଜୟ ସିଂହ। ଭୁବନେଶ୍ୱର ବାସିନ୍ଦାଙ୍କୁ ଡୋର ଷ୍ଟେପ ସୁବିଧା ପ୍ରଦାନ ଲକ୍ଷ୍ୟରେ ଏହି ବ୍ଯବସ୍ଥା ଆରମ୍ଭ କରାଯାଇଛି। ଯାହାକୁ ଆଗକୁ ଜାରି ରଖିବାକୁ ସେ ନିଜ ବିଦାୟକାଳୀନ ବକ୍ତବ୍ଯରେ ପରାମର୍ଶ ଦେଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କ ୫ ଟି ମନ୍ତ୍ର ଅନୁସାରେ ଆମକୁ କାମ କରିବାକୁ ପଡିବ ବୋଲି କହିଛନ୍ତି ବିଦାୟୀ କମିଶନର ସଞ୍ଜୟ ସିଂହ। ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଡ଼େପୁଟି ମେୟର, ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ, କର୍ପୋରେଟର ଓ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.