ରୋମ୍ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କୁ ଭେଟିଲେ

କେନ୍ୟୁଜ୍(ବ୍ୟୁରୋ):ରୋମ୍ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଆଜି ସକାଳେ ଦିଲ୍ଲୀରୁ ରୋମ୍ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ।
ରୋମ୍ରେ ୱାର୍ଲଡ ଫୁଡ୍ ପ୍ରୋଗ୍ରାମ WFPର ମୁଖ୍ୟାଳୟରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳ କାହାଣୀ ବିଶ୍ୱ ଦରବାରରେ ଉପସ୍ଥାପିତ କରିବେ ମୁଖ୍ୟମନ୍ତ୍ରୀ। ରୋମ ରହଣୀ ସମୟରେ ଭାଟିକାନ ସିଟିରେ ପୋପ୍ ଫ୍ରାନ୍ସିସଙ୍କ ସହ ନବୀନଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି।