ପାଭଗଡ଼ର କାଳୀ ମନ୍ଦିର, ଯେଉଁଠି ମନ୍ଦିରରେ ପାଞ୍ଚ ଶହ ବର୍ଷ ପରେ ଉଡିଲା ନେତ

ବିଶ୍ୱାମିତ୍ରଙ୍କ ଭୂମିକୁ ବିଷାକ୍ତ କରିଥିଲା ବେଗଡା । ଇଏ ହେଉଛି ଏକ ମନ୍ଦିରର କାହାଣୀ ଯେଉଁଠି ପ୍ରାୟ ୫୦୦ ବର୍ଷ ପରେ ଲାଗିଲା ନେତ ବା ପତାକା। କଥାରେ ଅଛି ସବୁବେଳେ ଧର୍ମର ଜୟ ହୋଇଥାଏ। ଆପଣ ସମସ୍ତେ ଜାଣିଛନ୍ତି ଭାରତ ହେଉଛି ସଂସ୍କୃତି ଓ ପରମ୍ପରାର ଦେଶ। ଏହାର ଐତିହ୍ୟ ବିଷୟରେ କହିବାକୁ ଅନେକ କିଛି କଥା ଅଛି। ଠିକ୍ ସେମିତି ଆଜି ଆମେ ଆପଣଙ୍କୁ ଏପରି ମନ୍ଦିର କଥା କହିବାକୁ ଯାଉଛୁ ଯାହା ପଛରେ ଲୁଚି ରହିଛି ବହୁତ ବଡ଼ ରହସ୍ୟ। ପ୍ରାୟ ୫୦୦ ବର୍ଷ ପରେ ଯାଇ ଏହି ମନ୍ଦିର ଚୂଡ଼ରେ ପତାକା ଲାଗିଲା।

maa kali
picture credit – wiki

ଗୁଜରାଟର ମୋଗଲ ଶାସକ ଯିଏ ଅସଂଖ୍ୟ ମନ୍ଦିରକୁ ନଷ୍ଟ କରିଥିଲେ ତାଙ୍କରି ସମୟରେ ଏହି ମନ୍ଦିର ମଧ୍ୟ ଥିଲା। ଏମିତିକି ବିଷ ପିଇ ବଞ୍ଚୁଥିବା ବେଗଡା ପାଇଁ ଲୋକମାନେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହେଉଥିଲେ। ସେ ମା କାଳୀଙ୍କ ପାଭଗଡ ମନ୍ଦିରକୁ ମଧ୍ୟ ଧ୍ୱଂସ କରି ଅପବିତ୍ର କରିବା ପାଇଁ ଏକ ଦୁର୍ଗ ତିଆରି କରିଥିଲେ। ବାପା ଚାହୁଁ ନଥିଲେ ଯେ ତାଙ୍କ ପୁଅ କାହା ଦ୍ୱାରା ବିଷ ପିଇ ମାରୁ, ତେଣୁ ସେ ପିଲାଦିନରୁ ନିଜେ ପୁଅକୁ ବିଷ ଦେବା ଆରମ୍ଭ କରି ଦେଇଥିଲେ। ପରେ ବାପାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିଲା କିନ୍ତୁ ପିଲାଟି ବଞ୍ଚିଗଲା। ପରେ ସେହି ପିଲା ନିଜେ ବିଷ ଖାଇବା ଆରମ୍ଭ କରି ଦେଇଥିଲା।

ଧୀରେ ଧୀରେ, ସେହି ପିଲାର ଶରୀର ସମ୍ପୂର୍ଣ୍ଣ ବିଷାକ୍ତ ହେଇଗଲା । ଏମିତିକି ବଡ଼ ହେବା ପର୍ଯ୍ୟନ୍ତ ମଧ୍ୟ ସେ ବିଷ ଖାଉଥିଲା। କୁହାଯାଏ ସେ ଯାହା ସହ ଶାରୀରିକ ସମ୍ପର୍କ ରଖୁଥିଲା ସେ ନାରୀର ମୃତ୍ୟୁ ହୋଇ ଯାଉଥିଲା । ଏମିତିକି ତା ଶରୀର ଏତେ ବିଷାକ୍ତ ଥିଲା ଯେ ତା ଦେହରେ ବସୁଥିବା ମାଛି ମଧ୍ୟ ଯନ୍ତ୍ରଣାରେ ମରି ଯାଉଥିଲେ। ରାକ୍ଷସ ପ୍ରବୃତ୍ତିର ବିଷାକ୍ତ ଶାସକ ମହମ୍ମଦ ବେଗଡା ହିଁ ଗୁଜରାଟର ପବିତ୍ର ପାଭଗଡ ମନ୍ଦିରକୁ ଧ୍ୱଂସ କରି ଦେଇଥିଲେ ଯାହା ବିଶ୍ୱାମିତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

କୁହାଯାଏ ପାଭଗଡ ପାହାଡରେ ମାତା କାଳୀଙ୍କୁ ପୂଜା କରାଯାଏ। ତେବେ ଏହି ପାଭଗଡ ମନ୍ଦିରରେ ପ୍ରାୟ ୫୦୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତ ଲଗାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଶିଖର ପତାକା କେବଳ ଆମର ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ପ୍ରତୀକ ନୁହେଁ, ଏହା ମଧ୍ୟ ସତ୍ୟର ପ୍ରତୀକ। ଅନେକ ଜିନିଷ ବଦଳିଛି, ଅନେକ ଘଟଣା ଘଟିଛି କିନ୍ତୁ ସବୁବେଳେ ସତ୍ୟର ବିଜୟ ହୋଇଥାଏ। ଯାହାର ଏକ ବଡ଼ ଉଦାହରଣ ହେଉଛି ଏହି ମନ୍ଦିର। ଏହାକୁ ଦିନେ ଧ୍ଵଂସ କରିଥିଲା ବିଷାକ୍ତ ଶାସକ ମହମ୍ମଦ ବେଗଡା। ଏମିତିକି ଏହି ସ୍ଥାନକୁ କୌଣସି ହିନ୍ଦୁ ଯିବା ପାଇଁ ସାହସ ମଧ୍ୟ କରି ନଥିଲେ। କିନ୍ତୁ ଆଜି ଏହି ମନ୍ଦିରରେ ଫର୍ ଫର୍ ହୋଇ ଉଡୁଛି ନେତ । ପାଭଗଡ ମନ୍ଦିରର କାହାଣୀ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଛି। ପ୍ରଭୁ ରାମଙ୍କ ପୁତ୍ର ଲବ ଏବଂ କୁଶ ଏଠାରେ ମୋକ୍ଷ ପାଇଥିଲେ ବୋଲି ବିଶ୍ୱାସ କରାଯାଏ ।

ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ନିର୍ମିତ ଏହି ପ୍ରାଚୀନ ପାଭଗଡ ମନ୍ଦିର ବିଷୟରେ ବିଶେଷ କଥା ହେଉଛି ଏଠାରେ ଦକ୍ଷିଣ ଆଡକୁ ମୁହାଁଇଥିବା ଦେବୀ କାଳୀଙ୍କ ମୂର୍ତ୍ତି ଅଛି। ଯାହାଙ୍କୁ ଆମେ ଦକ୍ଷିଣ କାଳୀ ଭାବେ ପୂଜା କରୁ। ପାଭଗଡ ମନ୍ଦିରରେ ପହଞ୍ଚିବା ପାଇଁ ମାଚି ହାଭେଲିରୁ ଏକ ରୋପୱେ ସୁବିଧା ଅଛି। ପାଦରେ ପହଞ୍ଚିବା ପାଇଁ ଜଣକୁ ୨୫୦ ପାହାଚ ଚଢ଼ିବାକୁ ପଡିବ। ପାଭଗଡ ନାମ ପଛରେ ଏକ କାହାଣୀ ମଧ୍ୟ ଅଛି। କୁହାଯାଏ ଯେ ପ୍ରାଚୀନ କାଳରେ ଏହି ପାହାଡରେ ପହଞ୍ଚିବା ପ୍ରାୟ ଅସମ୍ଭବ ବୋଲି କୁହାଯାଉଥିଲା। ସବୁ ପାର୍ଶ୍ୱ ଖାଲ ଦ୍ୱାରା ଘେରି ରହି ଥିଲା ଏହି ମନ୍ଦିର । ଏଠାରେ ପବନର ବେଗ ବହୁତ ଅଧିକ ଥିଲା, ତେଣୁ ଏହାକୁ ପାଭାଗଡ କୁହାଯାଉଥିଲା ।

ପୁରାଣ ଅନୁଯାୟୀ ସତୀ ଶିବଙ୍କ ଅପମାନ ସହି ନପାରି ନିଜ ଜୀବନକୁ ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ଦେହତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ଭଗବାନ ଶିବ ସତୀଙ୍କ ମର ଶରୀରକୁ ଧରି ତାଣ୍ଡବ ଆରମ୍ଭ କରିଥିଲେ। ପୁଣି ଭଗବାନ ବିଷ୍ଣୁ ସତୀଙ୍କ ମୃତ ଶରୀରକୁ ସୁଦର୍ଶନ ଚକ୍ର ଦ୍ୱାରା ଖଣ୍ଡ ଖଣ୍ଡ କରିଦେଲେ । ମାତା ସତୀଙ୍କ ଏକ ଅଂଶ ମଧ୍ୟ ଏଠାରେ ପଡ଼ିଥିଲା। ଯାହା ପରେ ଏକାଦଶ ଶତାବ୍ଦୀର ମା’ କାଳୀଙ୍କ ଏହି ମନ୍ଦିରଟି ପ୍ରଭୁ ଶ୍ରୀରାମଙ୍କ ସମୟରୁ ବୋଲି ବିଶ୍ୱାସ କରାଯାଏ।

ଏହାକୁ ଶତ୍ରୁଞ୍ଜୟା ମନ୍ଦିର ମଧ୍ୟ କୁହାଯାଉଥିଲା। ଏକାଦଶ ଶତାବ୍ଦୀରୁ ପାଭଗଡ ବିଷୟରେ ଅନେକ କଥା ରହିଛି। ତେବେ ଏହାକୁ ଅନେକ ଥର ଆକ୍ରମଣକାରୀମାନେ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଓ ସଫଳ ବି ହୋଇଥିଲେ । ୫୫୦ ମିଟର ଉଚ୍ଚରେ ଅବସ୍ଥିତ ଏହି ମନ୍ଦିର ଭକ୍ତମାନଙ୍କ ବିଶ୍ୱାସର କେନ୍ଦ୍ର ଥିଲା। ସେଥି ପାଇଁ ଗୁଜରାଟର ସୁଲତାନ ମହମୁଦ ବେଗଡା ମନ୍ଦିର ଭାଙ୍ଗି ତା ଉପରେ ଏକ ଦୁର୍ଗ ନିର୍ମାଣ କରିଥିଲେ। ତାଙ୍କ ବିଷୟରେ କୁହାଯାଏ ଯେ ସେ ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରିଥିଲେ। ହିନ୍ଦୁମାନଙ୍କର ବିଶ୍ୱାସକୁ ଦୁର୍ବଳ ଓ ଅପବିତ୍ର କରିବା ପାଇଁ ସେ ମନ୍ଦିର ଉପରେ ଏକ ଦୁର୍ଗ ନିର୍ମାଣ କରିଥିଲେ। ତେଣୁ ହିନ୍ଦୁ ଧର୍ମ ଅନୁଯାୟୀ ଭଙ୍ଗା ମନ୍ଦିରରେ ପତାକା ଲଗାଯାଏ ନାହିଁ। ଏମିତିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୀର୍ଘ ଦିନ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏଠାକୁ କେବେ ଆସିନଥିଲେ । କାରଣ ତାଙ୍କ ମନରେ ମଧ୍ୟ ଏହି କଥା ଥିଲା। ବେଗଡା ମାତ୍ର ୧୨ ବର୍ଷ ବୟସରେ ସୁଲତାନ ହୋଇଥିଲେ । ସେ ୫୬ ବର୍ଷ ବୟସ ପର୍ଯ୍ୟନ୍ତ ଶାସନ କରିଥିଲେ। ସେ ଗୁଜରାଟର ଚମ୍ପାନର୍, ବରୋଦା, ଜୁନାଗଡ, କୁଚ୍ ଆଦି ଅଞ୍ଚଳ ଉପରେ ଶାସନ କରିଥିଲେ। ସେ ଅନେକ ମନ୍ଦିରକୁ ଧ୍ୱଂସ କରି ଦେଇଥିଲେ। ୧୫୦୯ ମସିହାରେ ବେଗଡାଙ୍କର ମୃତ୍ୟୁ ହୋଇଥିଲା।

୨୦୧୭ ରେ ମନ୍ଦିରକୁ ଏକ ନୂତନ ରୂପ ଦେବାର କାର୍ଯ୍ୟ ଆରମ୍ଭ ହେଲା। ଦୁର୍ଗ ପରିଚାଳନା କରୁଥିବା ଟିମ୍‌ ସହିତ ଆଲୋଚନା ହେବା ପରେ ଶେଷରେ ଏହାକୁ ସ୍ଥାନାନ୍ତର କରିବାକୁ ସେମାନେ ରାଜି ହେଇଥିଲେ। ମହାକାଳୀ ମନ୍ଦିରର କମ୍ପ୍ଲେକ୍ସକୁ ପ୍ରାୟ ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଆଉ ୫୦୦ ବର୍ଷ ପରେ, ବିଶ୍ୱାମିତ୍ରଙ୍କ ଏହି ପୁଣ୍ୟ ସ୍ଥାନରେ ମା’ଙ୍କ ମନ୍ଦିର ଉପରେ ପତାକା ଲାଗି ପାରିଛି। ମା’ଙ୍କ ଉପରେ ଥିବା ଭକ୍ତଙ୍କ ବିଶ୍ଵାସ ପାଇଁ ଆଜି ମନ୍ଦିରରେ ପତାକା ଲାଗି ପାରିଛି। ଏହି ପୁଣ୍ୟ ସ୍ଥାନକୁ ଏବେ ଛୁଟିବ ଭକ୍ତଙ୍କ ସୁଅ ।