ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ଅପକମିଂ ଫିଲ୍ମ ‘ଇମରଜେନ୍ସୀ’ ଖୁବଶୀଘ୍ର ପରଦା ଉପରକୁ ଆସିବାର ରହିଛି। ଏଥିରେ କଙ୍ଗନା ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ। ଏହାକୁ ଦୃଷ୍ଟିରେ ରଖି କଙ୍ଗନା ୧୯୭୫ରେ ହୋଇଥିବା ଆପତ୍ତକାଳୀନ ଦିନର ଏକ ସମାଚାର କ୍ଲିପିଂକୁ ସେୟାର କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଏବଂ ନିର୍ମାଣ କଙ୍ଗନା ନିଜେ କରୁଛନ୍ତି।
କଙ୍ଗନା ଅପକମିଂ ଫିଲ୍ମର ଏକ ଛୋଟ କ୍ଲିପ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ୧୯୭୫, ଜୁନ୍ ୨୫ରେ ଆପତ୍ତକାଳୀନ ସ୍ଥିତି ଘୋଷଣା ହୋଇଥିଲା। କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଉଲ୍ଲେଖ କରିଛନ୍ତି, ‘ଏହା ଦୁନିଆର ଅବସ୍ଥା, ଇତିହାସର ସବୁଠାରୁ ନାଟକୀୟ ଘଟଣା ଥିଲା। ଆପତ୍ତକାଳୀନ ଘୋଷଣା କ’ଣ ପାଇଁ ହୋଇଥିଲା, ଏହାର ପରିଣାମ କ’ଣ ଥିଲା ’।
‘ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳା ଥିଲେ। ତେଣୁ ତାଙ୍କ ଉପରେ ଫିଲ୍ମ ନିର୍ମାଣ ହେବା ଉଚିତ। ତେଣୁ ଆମେ ଇମରଜେନ୍ସୀ ସହିତ ସିନେମା ଘରେ ଦେଖାହେବା।
କଙ୍ଗନା ଏହି ଫିଲ୍ମ ବ୍ୟତୀତ ‘ତେଜସ’, ମଣିକର୍ଣ୍ଣିକା ରିଟର୍ଣ୍ଣ ଏବଂ ସୀତା: ଦ ଅବତାରର ସୁଟିଂ ଖୁବଶୀଘ୍ର ଆରମ୍ଭ କରିବେ। ହେଲେ ଏହି ଫିଲ୍ମରେ ଇନ୍ଦିରାଙ୍କ ଭୂମିକାରେ ଦେଖିବା ପାଇଁ ଫ୍ୟାନ୍ସ ବେଶି ଉତ୍ସାହିତ ରହିଛନ୍ତି।
କଙ୍ଗନା ରଣାଓ୍ଵତଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧାକଡ’ର ଟିଜର ରିଲିଜ ହୋଇଥିଲା। ଅନେକ ଦିନ ଥରି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। କଙ୍ଗନା ବିକିନୀ ପିନ୍ଧି ଡ୍ରିଙ୍କ କରୁଥିବାର ନଜର ଆସିଛନ୍ତି। ଏହା ପରେ ବାଥଟବ୍ରେ ମଧ୍ୟ ନଜର ଆସିଥିଲା। ତା’ ପରେ କଙ୍ଗନା ଆକ୍ସନ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ କଙ୍ଗନାଙ୍କ ଅଲଗା ଅଲଗା ଲୁକ୍ସ ନଜର ଆସିଛି। ଫିଲ୍ମରେ କଙ୍ଗନା ଜଣେ ସ୍ପାଏ ଭୂମିକାରେ ନଜର ଆସିବେ।
View this post on Instagram
ରିପୋର୍ଟ ମୁତାବକ, ଏହି ଫିଲ୍ମରେ କଙ୍ଗନାଙ୍କର ୭ଟି ଅଲଗା ଅଲଗା ଲୁକ୍ସ ଦେଖିବାକୁ ମିଳିବ। ଏହି ଫିଲ୍ମ ପାଇଁ କଙ୍ଗନା କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। ଏହି ଫିଲ୍ମର ଗୋଟିଏ ଆକ୍ସନ ସିନ୍ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ନିର୍ଦ୍ଦେଶନା ରଜନୀଶ ରେଜୀ ଘାଇ କରୁଛନ୍ତି। କଙ୍ଗନାଙ୍କ ଛଡା ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ପ୍ରମୁଖ ଭୂମିକାରେ ରହିଛନ୍ତି।