Below header

‘ମୁଁ ସିନା ଦେଖି ପାରୁନି ହେଲେ ପ୍ରଶାସନ କଣ ଅନ୍ଧ ? ସରକାରୀ ଅଧିକାରୀଙ୍କୁ ଏଭଳି ପ୍ରଶ୍ନ କଲେ ଦିବ୍ୟାଙ୍ଗ ଛାତ୍ର

ଧର୍ମଗଡ଼ (କେନ୍ୟୁଜ୍‌) ଗତ ୧୧ ଦିନ ହେବ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ଗ୍ରାମ ପଞ୍ଚାୟତ ବେହେରା ଗୁଡା ୟୁପି ସ୍କୁଲରେ ଆବଶ୍ଯକ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀ ଓ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ତାଲା ମାରି ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନ ଯୋଗୁଁ ସ୍କୁଲରେ ପାଠପଢ଼ା ବନ୍ଦ ରହିଲା । ତେବେ ଆଜି ଧର୍ମଗଡ ବ୍ଲକ ଭାରପ୍ରାପ୍ତ ଶିକ୍ଷାଧିକାରୀ ନବ କିଶୋର ସାହୁ, ଧର୍ମଗଡ ଉପଖଣ୍ଡ ପୋଲିସ୍‌ ଅଧିକାରୀ ଧୀରଜ କୁମାର ଚୋପଦାର ଓ କୋକସରା ଥାନା ଅଧିକାରୀ ଏହି ବିଦ୍ୟାଳୟ କୁ ଯାଇ ଦୁଇ ଜଣ ଶିକ୍ଷକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ଆନ୍ଦୋଳନକାରୀ ଗାଁ ଲୋକ ଙ୍କ ସହିତ ଅଧିକାରୀମାନେ ଆଲୋଚନା କରିଥିଲେ । ତେବେ ଏହି ସମୟରେ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ନିଜର କ୍ଷୋଭ ପ୍ରକାଶ କରିଥିଲେ । ଯଶବନ୍ତ ଛତ୍ରିଆ ନାମକ ଏହି ଦୃଷ୍ଟି ଦିବ୍ୟାଙ୍ଗ ଛାତ୍ର ପ୍ରଶାସନର ବ୍ଯବସ୍ଥାକୁ ସମାଲୋଚନା କରି ଅନ୍ଧ ବୋଲି କହିଥିଲେ । ଯାହାର ଭିଡ଼ିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

STUDENT-2
ଏହି ଭିଡ଼ିଓରେ ଛାତ୍ର ଜଣକ ସ୍କୁଲର ସମସ୍ୟାକୁ ନେଇ କହିଥିଲେ କି ମୁଁ ସିନା ଅନ୍ଧ ହେଲେ ପ୍ରଶାସନ, ଉପଜିଲ୍ଲାପାଳ, ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ବି ଅନ୍ଧ କି ବୋଲି ପ୍ରଶ୍ନ କରିଥିଲେ । ଦୀର୍ଘ ୧୦ ଦିନ ବିତି ଯାଇଥିଲେ ବି ପ୍ରଶାସନ ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରି ପାରିଲେ ନାହିଁ। ଏହି ବିଦ୍ୟାଳୟରେ ବହୁ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଠାରେ ଆବଶ୍ଯକତା ଅନୁସାରେ ଶିକ୍ଷକ ନାହାନ୍ତି।

ଏପରି ୩୫ ଛାତ୍ରଛାତ୍ରୀଙ୍କ ଲାଗି ସରକାର ଜଣେ ମାତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିୟମ କରିଥିବା ବେଳେ ମାତ୍ର ୪ ଜଣ ଶିକ୍ଷକ କେମିତି ଏହି ୪୫୦ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ବୋଲି ପ୍ରଶ୍ନ ସେ ପ୍ରଶ୍ନ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.