ଉଦୟପୁର ଟେଲର ହତ୍ୟାକାଣ୍ଡକୁ ନେଇ ବଲିଉଡ ଦେଲା ଏଭଳି ପ୍ରତିକ୍ରିୟା, ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି
ବିଜେପିରୁ ବହିଷ୍କାର ହୋଇଥିବା ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ନେଇ ଯେଉଁ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି, ତାହା ଅତି ନିନ୍ଦନୀୟ। ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତି ୮ ବର୍ଷର ପୁଅର ଭୁଲ ହେତୁ ଏହି ହତ୍ୟାକାଣ୍ଡର ଖୁଲାସା ହୋଇଛି । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ଏହି ଘଟଣା ପରେ ରାଜସ୍ଥାନରେ ଅନେକ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରହିଥିବା ବେଳେ କଫ୍ୟୁ ଭଳି ଅବସ୍ଥା ହୋଇଛି। ଏହି ଘଟଣାକୁ ନେଇ ଦେଶ ସହିତ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ସମାଲୋଚନା କରୁଛି। ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ସେଲିବ୍ରିଟି ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
ସ୍ୱରା ଭାସ୍କର ଏହାକୁ ନେଇ କହିଛନ୍ତି, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦୋଷୀକୁ ଦଣ୍ଡ ମିଳିବା ଉଚିତ। ଟ୍ଵିଟ୍ କରି ସ୍ୱରା ଲେଖିଛନ୍ତି, ‘ନିନ୍ଦନୀୟ ଘୋର ନିନ୍ଦନୀୟ’ ଜଘନ୍ୟ ଅପରାଧ। ସେହିପରି ବିଶାଲ ଦଦଲାନୀ, ରିଚା ଚଢା, ମଧ୍ୟ ଟ୍ଵିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Despicable and utterly condemnable.. The perpetrators should be dealt with promptly and strictly, as per law! Heinous crime.. Unjustifiable!
As one often says.. if you want to kill in the name of your God, start with yourself!
Sick sick monsters! #UdaipurHorror https://t.co/bvf5T2sr0l— Swara Bhasker (@ReallySwara) June 28, 2022
ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ୍ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ଦଳକୁ ନିବେଦନ କରିଛନ୍ତି ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
It’s all gone mad!
This is sick, depraved and absolutely unacceptable. The culprits must be tried BY THE LAW & punished immediately.
Please remember that ALL communal hatred & violence are unacceptable.
Sad that India is suffering every day, because of religion in politics. https://t.co/sscXGsxYYX
— VISHAL DADLANI (@VishalDadlani) June 28, 2022
That video is being shared widely, without trigger warning! Please don’t share it 🙏think of the victim’s family and their trauma! It’ll take them a lifetime to 3 from this💔There’s NO justification for this murder.
Punish the radicalised Muslim murderers swiftly. https://t.co/AGPDZC6Lwc— RichaChadha (@RichaChadha) June 28, 2022
ସୂଚନାଯୋଗ୍ୟ, ଉଦୟପୁରର ନଗର ଧାନ ମଣ୍ଡି ପୋଲିସ ଷ୍ଟେସନ ବାସିନ୍ଦା କହ୍ନୈୟାଲାଲ ତେଲିଙ୍କ ଗଳା କାଟି ହତ୍ୟା କରାଯାଇଥିଲା । ମୃତ ବ୍ୟକ୍ତି ଜଣକ ସୁପ୍ରିମ ଟେଲର ନାମରେ ଏକ ଦୋକାନ ଚଳାଉଥିଲେ । ମଙ୍ଗଳବାର ଦିନ ଦୁଇଜଣ ଆକ୍ରମଣକାରୀ ତାଙ୍କ ଦୋକାନରେ ମାପ ଦେବା ବାହାନାରେ ବାଇକରେ ଆସି ଦୋକାନରେ ପଶିଥିଲେ । ବ୍ୟକ୍ତି ଜଣକ କିଛି କରିବା ପୂର୍ବରୁ ଅପରାଧୀମାନେ ଆକ୍ରମଣ କରିଥିଲେ ।