ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ପୁରୀରେ ଏକାଠି ହେଲେ ଦୁଇ ଦେଶର ଭକ୍ତ, ଯୁଦ୍ଧ ବନ୍ଦ ପାଇଁ ଜଗନ୍ନାଥଙ୍କ ନିକଟରେ କଲେ ପ୍ରାର୍ଥନା

ପୁରୀ(କେନ୍ୟୁଜ): ପୁରୀରେ ଏକାଠି ବିଦେଶିନୀ ଭକ୍ତ । ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ଏକାଠି ହୋଇଛନ୍ତି ଏହି ଦୁଇ ଦେଶର ଭକ୍ତ । ପୁରୀ ବଡଦାଣ୍ଡରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପୁରୀରେ ଏକାଠି ହୋଇ ଉଭୟ ଜଗନ୍ନାଥଙ୍କ ନିକଟରେ ଯୁଦ୍ଧ ବନ୍ଦ ପାଇଁ ନିବେଦନ ସହ ଶାନ୍ତି ଓ ପ୍ରେମର ବାର୍ତ୍ତା ଦେଇଛନ୍ତି ।

ସୂଚନା ମୁତାବକ, ଆଉ ଦିନକ ପରେ ବିଶ୍ୱପ୍ରିସଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥର ଠେକରା ବାଡ଼ ସଂଯୋଗ କରାଯାଇଛି। ସେପଟେ ପ୍ରଭା ରଙ୍ଗ କାମକୁ ଶେଷ ସ୍ପର୍ଶ ଦିଆଯାଉଛି। ତିନି ରଥର ଚିତ୍ରକର ସେବକମାନେ ଏହି କାମକୁ ଶେଷ ସ୍ପର୍ଶ ଦେଉଛନ୍ତି। ବାକି ରଥ ରଙ୍ଗ କାମ ଜାରି ରହିଛି । ପାର୍ଶ୍ୱ ଦେବାଦେବୀଙ୍କ ରଙ୍ଗ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପ୍ରଥମ ପର୍ଯ୍ୟାୟରେ ୩ ରଥର ଦୁଆର ବେଢାରେ କନା ଲାଗିବା କାମ ଆରମ୍ଭ ହୋଇଛି। ଆଜି ବାକି ଅଂଶରେ ରଥ କନା ଲାଗିବ। ତିନି ରଥ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ରେକ୍‌। ରଥ ନିର୍ମାଣ କାର୍ଯ୍ୟକୁ ୫୫ ଦିନ ପୁରିଛି। ରଥଖଳାରେ କାମ ଶେଷ ପରେ ରଥ ଚାଲିକୁ ଭାଙ୍ଗି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.