ରାଜ୍ଯରେ ଆଜି ପୁଣି ଶହେ ଟପିଲା ଦୈନିକ କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୬୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୬୦

ଭୁବନେଶ୍ୱର(କେନ୍ୟୁଜ):  ଆଜି ପୁଣି ଶହେ ଟପିଲା ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୧୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦ ଓ କଟକରୁ ୩୨ ସଂକ୍ରମିତ ରହିଛନ୍ତି। ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୨୪ ଜଣ। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୯କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୯ହଜାର ୬୦୨କୁ ବୃଦ୍ଧି ପାଇଛି।

ସେପଟେ ଦେଶରେ ଲକ୍ଷେ ମୁହାଁ ଆକଟିଭ୍‌ କେସ୍‌। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୪ହଜାର ୫୦୬। ୩୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଆକଟିଭ୍‌ କେସ୍‌ ୯୯ହଜାର ୬୦୨କୁ ବୃଦ୍ଧି ପାଇଛି। ଡେଲି ପଜିଟିଭିଟି ରେଟ୍‌ ରହିଛି ୩. ୩୫ ପ୍ରତିଶତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.