ଶିଶୁର ମାଟି ଖାଇବାର ଅଭ୍ୟାସ ରହିଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକ ସମୟରେ ଛୋଟ ପିଲା ମାଟି ଖାଉଥିବା ଆପଣ ଦେଖିଥିବେ । ଏମିତି ବି ହୋଇପାରେ ଆପଣଙ୍କ ପିଲା ବି କାନ୍ଥ କିମ୍ବା ବଗିଚାରୁ ମାଟି କାଢି ଖାଉଥାଇପାରେ । ଅନେକ ଲୋକେ ଏହାକୁ ପିଲାଳିଆମି ଧରି ହସି ଉଡାଇ ଦିଅନ୍ତି । ଯଦି ଏମିତି ହେଉଥାଏ, ତେବେ ଏହାକୁ ପିଲାଳିଆମି ନୁହେଁ ବରଂ ଆପଣଙ୍କ କିଛି ଅନ୍ୟ ରୋଗକୁ ଅଗ୍ରସର ହେଉଛି ବୋଲି ଜାଣିନିଅନ୍ତୁ । ଏହି ଡିସଅର୍ଡରକୁ ପିକା ବୋଲି କୁହାଯାଏ । ଯଦି ଆପଣ ନିଜ ପିଲା ମାଟି, ପେଣ୍ଟ, ପ୍ଲାଷ୍ଟର, ଚକ୍‌, ସାବୁନ କିମ୍ବା ଏହିଭଳି ଜିନିଷ ଖାଉଥିବା ଦେଖନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

୧୦ରୁ ୨୦ ପ୍ରତିଶତ ପିଲାଙ୍କୁ ହୋଇଥାଏ ଏହି ରୋଗ ପିକା ଡିସଅର୍ଡର ପିଲାଙ୍କ ମଧ୍ୟରେ ସାଧାରଣ କଥା । ଏକ ଗବେଷଣା ଅନୁସାରେ, ୧୦ରୁ ୨୦ ପ୍ରତିଶତ ପିଲା ପିକା ଡିସଅର୍ଡର ରେ କେବେ ନା କେବେ ଅଗ୍ରସର ହୋଇଥାନ୍ତି । ଯେ ପର୍ଯ୍ୟନ୍ତ କିଶୋରବସ୍ଥାକୁ ନ ପହଞ୍ଚିଥାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଏହି ଡିସଅର୍ଡର ଦେଇ ଗତି କରିଥାନ୍ତି । କିଛି ଷ୍ଟଡି କଥା ଯଦି ଦେଖିବା, ତେବେ କେବଳ ପିଲାଙ୍କ ମଧ୍ୟରେ ନୁହେଁ, ବୟସ୍କଙ୍କ ମଧ୍ୟରେ ବି ଦେଖାଯାଏ । ରିପୋର୍ଟ ଅନୁସାରେ, ମାଟି, ଚକ୍‌, କିମ୍ବା ଏମିତି ଜିନିଷ ଖାଇବାର ଅଭ୍ୟାସ, ୧ରୁ ୭ ବର୍ଷର ପିଲାଙ୍କ ମଧ୍ୟରେ ବହୁଳ ମାତ୍ରାରେ ଦେଖାଯାଏ ।

ଅନେକ ସମୟରେ ଅଭିଭାବକମାନେ ପିଲାଙ୍କ ଏହି ଗୁଣ ପାଇଁ ସେମାନଙ୍କୁ ରାଗିଥାନ୍ତି । ଆଉ କିଛି ସେମାନଙ୍କୁ ମାରିବାକୁ ବି ପଛାନ୍ତି ନାହିଁ । ଯେତେବେଲେ କି ସେମାନଙ୍କୁ ଏପରି କରିବା ପରିବର୍ତେ ଡାକ୍ତରଙ୍କୁ ଦେଖାଇବା ଦରକାର । ନଚେତ ଶିଶୁଙ୍କ ଠାରେ ପେଟ ବ୍ୟଥା, ପେଟରେ ଘା ଏବଂ ଇନଫେକ୍ସନ ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ସ୍ଥିତିରେ ଆପଣ ଯିଦି କିଛି ଘରୋଇ ଉପାୟ ଆପଣାଇବେ ତେବେ ଶିଶୁର ଏହି ଅଭ୍ୟାସ ଛଡ଼ାଇପାରିବେ। ଆସନ୍ତୁ ଜାଣିବା ଏହା ପାଇଁ କଣ ରହିଛି ଘରୋଇ ଉପାୟ।

ଲବଙ୍ଗ ପାଣି

ଆପଣଙ୍କ ଶିଶୁର ମାଟି ଖାଇବାର ଅଭ୍ୟାସ ଏହି ପାଣି ଛଡ଼ାଇ ଦେଇପାରେ। ୪ ରୁ ୬ ଟି ଲବଙ୍ଗ ଗରମ ପାଣିରେ ପକାଇବା ପରେ ଏହାକୁ ଟିକିଏ ସମୟ ଥଣ୍ଡା କରନ୍ତୁ। ଏହାପରେ ଆପଣଙ୍କ ଶିଶୁକୁ ପିଇଆନ୍ତୁ। ଏଭଳି ସବୁଦିନ କରିବା ଦ୍ୱାରା ଏହି ଅଭ୍ୟାସ ଛାଡ଼ିଯିବ।

କଦଳୀ ଖୁଆନ୍ତୁ

କଦଳୀରେ ଅଧିକ ପୋଷକ ତତ୍ତ୍ୱ ଭରିହୋଇ ରହିଛି। ଏଥିରେ କ୍ୟାଲସିୟମ୍, ଆଇରନ୍, କାର୍ବୋହାଇଡ୍ରେଟ୍, ଫାଇବର ଏବଂ ପ୍ରୋଟିନ୍ ରହିଛି। ତେଣୁ ଏହାକୁ ଖାଇବାକୁ ଦେବା ଦ୍ୱାରା ମଧ୍ୟ ମାଟି ଖାଇବାର ଅଭ୍ୟାସ ଛାଡ଼ିଯିବ।

ଡାଏଟ ଚାର୍ଟ

ଆପଣଙ୍କ ଶିଶୁର ଏହି ଅଭ୍ୟାସ ଛଡ଼ାଇବା ପାଇଁ ଡାଏଟିସିଆନ୍‌ଙ୍କ ପରାମର୍ଶ କ୍ରମେ ଆପଣଙ୍କ ପିଲାର ଡାଏଟ ପ୍ଲାନ କରିବାକୁ ପଡ଼ିବ। ଏହାଦ୍ୱାରା ଶୀଘ୍ର ଫାଇଦା ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.