ଛାତ୍ରଛାତ୍ରୀଙ୍କ ସହ ଗୀତ ନାଚରେ ମସଗୁଲ ବିଧାୟକ ତାରାପ୍ରସାଦ ବାହିନୀପତି, ଭାଇରାଲ ହେଉଛି ଭିଡିଓ

ଜୟପୁର(କେନ୍ୟୁଜ୍): ଛାତ୍ରଛାତ୍ରୀ ମାନଙ୍କ ସହ ପୁରା ଗୀତ ନାଚରେ ମସଗୁଲ ବିଧାୟକ ତାରାପ୍ରସାଦ ବାହିନୀପତି । ପିଲାଙ୍କ ସାଙ୍ଗରେ ପୁରା ପିଲା ହୋଇଯାଇଥିଲେ କିଛି ସମୟ ପାଇଁ । କେତେବେଳେ ଢେମେସା ତ କେତେବେଳେ ମଲମପିତାପିତା ଗୀତ ତାଳରେ ଛାତ୍ରଛାତ୍ରୀ ସହ ନାଚିଥିଲେ ତାରାପ୍ରସାଦ ବାହୀନିପତି ।

ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ ।  ଏହି ଅବସରରେ ଯୋଗ ଦେଇଥିଲେ ଜୟପୁର ମହାରାଣୀ ସାରିକା ଦେବୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରେଶ ପୁଜାରି ସହ ଜୟପୁର ବିଧାୟକ ତାରା ବାହିନିପତୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.