ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟ ବିମାନରେ ଧୂଆଁ, ଜରୁରୀ ଅବତରଣ କଲା ବିମାନ

ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ବଡ ଦୁର୍ଘଟଣାରୁ ବଞ୍ଚିଯାଇଛି। ଖାସ୍‌ ଏଥିପାଇଁ ବିମାନ ଜରୁରୀ ଅବତରଣ କରିଛି । ସୂଚନା ଅନୁସାରେ, ବିମାନଟି ପ୍ରାୟ ୫ ହଜାର ଫୁଟ ଉପରେ ଉଡୁଥିବା ବେଳେ କ୍ୟାବିନ୍‌ରେ ଧୂଆଁ ଦେଖିବାକୁ ପାଇଥିଲେ । ଏହା ପରେ ତୁରନ୍ତ ବିମାନଟିକୁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା । ଦିଲ୍ଲୀରେ ଜରୁରୀ ଅବତରଣ ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଓହ୍ଲାଇଥିବା ଜଣାପଡିଛି । ଘଟଣାର ଯାଞ୍ଚ କରାଯାଉଛି। ଏବେ ଦେଖନ୍ତୁ ଭିଡିଓ :

ଏହାରି ମଧ୍ୟରେ ବିମାନ ଭିତରର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ସ୍ପାଇସଜେଟର ସେହି ବିମାନଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି । ଇଲେକ୍ଟ୍ର ସର୍ଟ ସର୍କିଟ୍ ଯୋଗୁଁ ଏପରି ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆପଣ ଭିଡିଓ ଦେଖିଲେ ନିଶ୍ଚିତ ଅନୁମାନ କରିପାରିବେ ଯେ, ବିମାନ ଏବଂ ଯାତ୍ରୀ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୯ କୁ ପାଟନାରୁ ଦିଲ୍ଲୀ ଯାଉଥିବା ବିମାନରେ ଏମିତି ଏକ ଦୁର୍ଘଟଣା ଘଟିଥିଲା। ଉଡାଣ ଭରିଥିବା ସ୍ପାଇସଜେଟ ବିମାନର ଇଂଜିନରେ ନିଆଁ ଲାଗିଯାଇଥିଲା। ଆଉ ପରେ ବିମାନ ଜରୁରୀ ଅବତରଣ କରିଥିଲା। ବିମାନରେ ପକ୍ଷୀ ମାଡ ହେବା ଯୋଗୁଁ ଇଂଜିନରେ ନିଆଁ ଲାଗିଥିବା ଡିଜିସିଏ କହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.