ଦିନ କେମିତି କଟିବ, ଏବେଠୁ ହିଁ ଜାଣନ୍ତୁ ରାଶିଫଳରୁ

ମେଷ : କମ୍‌ ପରିଶ୍ରମ କରିବେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ରାଜନୀତିରେ ନୈତିକ ସମର୍ଥନ ହାସଲ କରିପାରିବେ।

ବୃଷ : ସ୍ଥିତି ସୁଦୃଢ ରହିବ। ଆଶା ଠାରୁ ଅଧିକ ଶୁଭଫଳ ମିଳିବ। ଉଦ୍ୟମରେ ସଫଳତା ମିଳିବ। ଅର୍ଥ ସଞ୍ଚୟ କରିବେ। ଋଣ ପରିଶୋଧ କରିବେ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।

ମିଥୁନ : ଆଜି ଆପଣ ନିଜର କାର୍ଯ୍ୟପଦ୍ଧତି ପରିବର୍ତ୍ତନ କରିବେ। ଯୋଜନା ବଦଳିଯିବା ସାଙ୍ଗକୁ ଗସ୍ତ ମଧ୍ୟ ସ୍ଥଗିତ ରହିଯାଇପାରେ। ଯାନବାହନ, ଗୃହ ସୀମା, ସଭା ସମିତି, ଜମିଜମା, ନିକଟ ସମ୍ପର୍କୀୟ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଯାହାକୁ ବେଶୀ ବିଶ୍ୱାସ କରୁଛନ୍ତି ସେହି ବ୍ୟକ୍ତିଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି।

କର୍କଟ : ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆଶା ଠାରୁ ଅଧିକ ସଫଳତା ମିଳିବ। ଆଜି ଯାହା କରିବାକୁ ଚାହୁଁଛନ୍ତି, ତାହା ସମ୍ପନ୍ନ କରିବା ସହଜ ହେବ। କର୍ମକ୍ଷେତ୍ରରେ ଖୁସି ରହିବେ। ସଭାସମିତିରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇବେ।

ସିଂହ: ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

କନ୍ୟା : ଆଜି ଅର୍ଥ ସଙ୍କଟ ମଧ୍ୟରେ ଗତି କଲେ ମଧ୍ୟ କର୍ମକ୍ଷେତ୍ରରେ ଉନ୍ନତି କାରଣରୁ ଖୁସି ରହିବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି, ରାଜନୀତିରେ ଆଲୋଚନା ଅସମାପ୍ତ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ,ଏଜେନସିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

ତୁଳା : ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

ବିଛା : ଆଜି ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପର କାରଣ ହୋଇପାରେ। ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବାର ସୂଚନା ରହିଛି। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ। ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ଧନୁ : ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିର ଦିନଟି ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ମନ୍ଦ ହେବନାହିଁ।

ମକର : ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛ। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତିରେ ପ୍ରଶଂସିତ ହେବେ।

କୁମ୍ଭ : କ୍ଷଣକୋପୀ ହେବେ। ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମୀନ : ଆଜି କର୍ମକ୍ଷେତ୍ରରେ ଅସୁବିଧା ଯୋଗୁ ଟେନ୍‌ସନ ମଧ୍ୟରେ ରହିବାକୁ ପଡ଼ିପାରେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ବ୍ୟସ୍ତତା ବଢ଼ିପାରେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହିବା ଭଲ ହେବ। କୌଣସି ଆତ୍ମୀୟଙ୍କ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.